କାର୍ଗିଲ୍‌ ସହିଦଙ୍କ ପୁଅ ସେନାରେ ଯୋଗ ଦେଲେ: ବାପାଙ୍କ ମୃତ୍ୟୁ ଦିନ କରିଥିଲେ ଶପଥ

ମୁଜାଫରନଗର: ହିତେଶ୍‌ଙ୍କୁ ମାତ୍ର ୬ବର୍ଷ ହୋଇଥିଲା ବାପା ଚାଲିଗଲେ। ୧୯୯୯ ଜୁନ୍‌ ୧୨ ତାରିଖ ରାତିରେ କାର୍ଗିଲ୍‌ ଅନ୍ତର୍ଗତ ତୋଲୋଲିଙ୍ଗ୍‌ ଠାରେ ରାଜପୁତ ରାଇଫଲ୍‌ର ଦ୍ୱିତୀୟ ବାଟାଲିୟନ୍‌ରେ ଲାନ୍‌ସ୍‌ ନାଏକ ଭାବେ କାର୍ଯ୍ୟରତ ଥିବା ବଚନ ସିଂହଙ୍କ ମୃତ୍ୟୁ ପରେ ହିତେଶ ଶପଥ କରିଥିଲେ, ବଡ଼ ହେଲେ ସେ ବି ସେନାବାହିନୀରେ ଯୋଗ ଦେବେ। ଦେଶ ପାଇଁ ଲଢି ବାପାଙ୍କ ପରି ସହିଦ ହେବେ। ଆଜି ସେ ତାଙ୍କର ଲକ୍ଷ ହାସଲ କରିଛନ୍ତି। ଦୀର୍ଘ ୧୯ବର୍ଷ ପରେ […]

HITESH

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 09:48 AM IST

ମୁଜାଫରନଗର: ହିତେଶ୍‌ଙ୍କୁ ମାତ୍ର ୬ବର୍ଷ ହୋଇଥିଲା ବାପା ଚାଲିଗଲେ। ୧୯୯୯ ଜୁନ୍‌ ୧୨ ତାରିଖ ରାତିରେ କାର୍ଗିଲ୍‌ ଅନ୍ତର୍ଗତ ତୋଲୋଲିଙ୍ଗ୍‌ ଠାରେ ରାଜପୁତ ରାଇଫଲ୍‌ର ଦ୍ୱିତୀୟ ବାଟାଲିୟନ୍‌ରେ ଲାନ୍‌ସ୍‌ ନାଏକ ଭାବେ କାର୍ଯ୍ୟରତ ଥିବା ବଚନ ସିଂହଙ୍କ ମୃତ୍ୟୁ ପରେ ହିତେଶ ଶପଥ କରିଥିଲେ, ବଡ଼ ହେଲେ ସେ ବି ସେନାବାହିନୀରେ ଯୋଗ ଦେବେ। ଦେଶ ପାଇଁ ଲଢି ବାପାଙ୍କ ପରି ସହିଦ ହେବେ। ଆଜି ସେ ତାଙ୍କର ଲକ୍ଷ ହାସଲ କରିଛନ୍ତି। ଦୀର୍ଘ ୧୯ବର୍ଷ ପରେ ଡେରାଡୁନ୍‌ସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇ ହିତେଶ ଭାରତୀୟ ସେନାରେ ଜଣେ ଲେଫ୍‌ଟ୍‌ନାଣ୍ଟ୍‌ ଭାବେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି।

କେବଳ ସେତିକି ନୁହେଁ, ତାଙ୍କ ବାପା ଯେଉଁ ବାଟାଲିୟନ୍‌ରେ ଚାକିରି କରିଥିଲେ ସେ ମଧ୍ୟ ସେହି ବାଟାଲିୟନ୍‌ରେ ନିଯୁକ୍ତି ପାଇଛନ୍ତି। ପରେଡ୍‌ ପାସ୍‌ କରିବା ପରେ ମୁଜାଫରନଗର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ସ୍ମାରକୀ ପାଖରେ ହିତେଶ ତାଙ୍କ ବାପା ବଚନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ହିତେଶ କହିଛନ୍ତି, "ସେନାରେ ଯୋଗ ଦେବା ପାଇଁ ମୁଁ ଦୀର୍ଘ ୧୯ ବର୍ଷ ହେବ ସ୍ୱପ୍ନ ଦେଖିଆସୁଥିଲି। ପରେ ଏହା ମୋ ମାଆଙ୍କର ମଧ୍ୟ ସ୍ୱପ୍ନ ପାଲଟି ଯାଇଥିଲା। ଏବେ ମୁଁ ଗୌରବର ସହ ଦେଶର ସେବା କରିବି।"କାର୍ଗିଲ୍‌ ସହିଦଙ୍କ ସ୍ମାରକୀପୀଠରେ ଠିଆ ହୋଇ ହିତେଶଙ୍କ ମାଆ କାମେଶ ବାଲା ଛଳ ଛଳ ଆଖିରେ କହିଛନ୍ତି, "ବଚନ ସହିଦ ହେବା ପରେ ଜୀବନ ବଡ଼ କଷ୍ଟକର ହୋଇ ପଡ଼ିଥିଲା।ସ୍ୱାମୀଙ୍କ ଦେହାନ୍ତ ପରେ ମୁଁ ମୋର ଦୁଇ ପୁଅଙ୍କର ଲାଳନପାଳନ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିଛି। ଆଜି ମୁଁ ଗର୍ବିତ ଯେ, ହିତେଶ ସେନାରେ ଯୋଗ ଦେଉଛି। ତା’ର ସାନ ଭାଇ ହେମନ୍ତ ମଧ୍ୟ ସେନାରେ ଯୋଗ ଦେବା ପାଇଁ ପ୍ରସ୍ତୁତି କରୁଛି। ଏହାଠାରୁ ଅଧିକ ମତେ ଆଉ କିଛି ଦରକାର ନାହିଁ।"

ବଚନଙ୍କ ବାଟାଲିୟନ୍‌ରେ ଥିବା ଋଷିପାଲ୍‌ ସିଂହ କୁହନ୍ତି, ବଚନ ଜଣେ ସାହସୀ ସୈନିକ ଥିଲେ। ଟୋଲୋଲିଙ୍ଗ୍‌ ଠାରେ ବାଟାଲିୟନ୍‌ ଉପରକୁ ଆକ୍ରମଣ ହୋଇଥିବା ସମୟରେ ତାଙ୍କ ମୁଣ୍ଡରେ ଗୁଳି ଲାଗିବାରୁ ଯୁଦ୍ଧକ୍ଷେତ୍ରରେ ହିଁ ସେ ସହିଦ ହୋଇଯାଇଥିଲା। ସେଦିନ ଆମେ ୧୭ ଜଣ ସୈନିକଙ୍କୁ ହରାଇଥିଲୁ। ଏବେ ବଚନଙ୍କର ପୁତ୍ରକୁ ସେନାରେ ଯୋଗ ଦେଉଥିବାରୁ ଦେଖି ମୁଁ ଖୁସି।

Related story