କାର୍ଯ୍ୟଦକ୍ଷତାର ଅଭାବ ରହିଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଆନୁଆଲ ଇନକ୍ରିମେଣ୍ଟ ହେବ ନାହିଁ

ନୂଆଦିଲ୍ଲୀ/ଭୁବନେଶ୍ୱର: କାର୍ଯ୍ୟଦକ୍ଷତାର ଅଭାବ ରହିଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଆନୁଆଲ ଇନକ୍ରିମେଣ୍ଟ ଓ ପଦୋନ୍ନତି ହେବ ନାହିଁ। ଏହି ସୁପାରିଶ କରିଛନ୍ତି ସପ୍ତମ ବେତନ କମିଶନ। ସେହିପରି ସମସ୍ତ ବର୍ଗର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦକ୍ଷତା ସମ୍ପର୍କିତ ଭତ୍ତା ବ୍ୟବସ୍ଥା ଲାଗୁ କରିବାକୁ କମିଶନ କହିଛନ୍ତି। ସପ୍ତମ ବେତନ କମିଶନଙ୍କ ଏପରି ସୁପାରିଶକୁ ବହୁ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ମିଶ୍ର କହିଛନ୍ତି ଏହା ଏକ ଭଲ କଥା। […]

seven central commission

Rakesh Mallick
  • Published: Sunday, 22 November 2015
  • , Updated: 23 November 2015, 03:17 AM IST

ନୂଆଦିଲ୍ଲୀ/ଭୁବନେଶ୍ୱର: କାର୍ଯ୍ୟଦକ୍ଷତାର ଅଭାବ ରହିଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଆନୁଆଲ ଇନକ୍ରିମେଣ୍ଟ ଓ ପଦୋନ୍ନତି ହେବ ନାହିଁ। ଏହି ସୁପାରିଶ କରିଛନ୍ତି ସପ୍ତମ ବେତନ କମିଶନ। ସେହିପରି ସମସ୍ତ ବର୍ଗର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦକ୍ଷତା ସମ୍ପର୍କିତ ଭତ୍ତା ବ୍ୟବସ୍ଥା ଲାଗୁ କରିବାକୁ କମିଶନ କହିଛନ୍ତି।

ସପ୍ତମ ବେତନ କମିଶନଙ୍କ ଏପରି ସୁପାରିଶକୁ ବହୁ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ମିଶ୍ର କହିଛନ୍ତି ଏହା ଏକ ଭଲ କଥା। ତେବେ କେଉଁଭଳି ମାନଦଣ୍ଡ ରହିବ ଯେଉଁଥିରେ ଜଣେ କର୍ମଚାରୀ ଭଲ କାମ କରୁଛନ୍ତି ବୋଲି ଜଣାପଡିବ ତାହା ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ। ପୂର୍ବତନ ପ୍ରଶାସକ ସଞ୍ଜୀବ ହୋତା କହିଛନ୍ତି ଏହା ଦ୍ୱାରା ଯେଉଁମାନେ ଭଲ କାମ କରୁନାହାନ୍ତି ସେମାନେ ଇନକ୍ରିମେଣ୍ଟ ପାଇବେ ନାହିଁ । ଏପରି ହେଲେ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନେ ସଚେତନ ହେବେ। ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ବେସରକାରୀ ସଂସ୍ଥାରେ ଏପରି ବ୍ୟବସ୍ଥା ରହିଛି। ଏହା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେଲେ ଦକ୍ଷତା ବୃଦ୍ଧି ପାଇବ। ତେବେ ଏଥିରେ ପାତରଅନ୍ତର ନ ହେବା ଦରକାର। ଅଯୋଗ୍ୟ କର୍ମଚାରୀମାନେ ଇନକ୍ରିମେଣ୍ଟ୍ ପାଉଥିବେ ଓ ଯୋଗ୍ୟ କର୍ମଚାରୀ ଅବହେଳିତ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର।

ନିଯୁକ୍ତି ପାଇବା ପରେ ଅନେକ ଭାବନ୍ତି, ଚାକିରିରେ ସମୟ କ୍ରମେ ପଦୋନ୍ନତି ସହ ଇନକ୍ରିମେଣ୍ଟ୍ ମଧ୍ୟ ହୋଇଥାଏ। ଚାକିରି କ୍ଷେତ୍ରରେ ଥିବା ମଡ଼ିଫ।ଏଡ୍ ଆସ୍ୟୁର୍ଡ କ୍ୟାରିୟର୍ ପ୍ରୋଗେସନ୍ ବା ଏମଏସିପି ଯୋଗୁଁ ଏହା ହୁଏ ବୋଲି ଅନେକଙ୍କ ଧାରଣା। ତେବେ ସପ୍ତମ ବେତନ କମିଶନଙ୍କ ଅନୁସାରେ ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀ କାର୍ଯ୍ୟଦକ୍ଷତା ମାନଦଣ୍ଡକୁ ପୂରଣ କରି ନ ପାରିବେ ସେମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦିଆଯିବା ଉଚିତ ନୁହେଁ। ଏଥିସହ ଯେଉଁ କର୍ମଚାରୀ ୨୦ବର୍ଷ ମଧ୍ୟରେ କାର୍ଯ୍ୟଦକ୍ଷତା ମାନଦଣ୍ଡ ପୂରଣ କରିପାରି ନ ଥିବେ ସେମାନଙ୍କ ଇନକ୍ରିମେଣ୍ଟକୁ ରଦ୍ଦ କରିବା ପାଇଁ କମିଶନ ସୁପାରିଶ କରିଛନ୍ତି।

ତେବେ ନିୟମ ଅନୁସାରେ ଏଭଳି କର୍ମଚାରୀଙ୍କ ନିକଟରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାର ବିକଳ୍ପ ରହିବ ବୋଲି କମିଶନ ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦକ୍ଷତା ସମ୍ପର୍କୀତ ଭତ୍ତା ବା ପିଆରପି ଲାଗୁ ପାଇଁ କମିଶନ ସୁପାରିଶ କରିଛନ୍ତି।

Related story