ମୃତଦେହ ନେଲାନି ପରିବାର, ପୁଲିସ କଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ: ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଶବକୁ କରୋନା ହୋଇଥିବା ଭୟରେ ପରିବାର ଲୋକେ ଗ୍ରହଣ କରି ନାହାନ୍ତି। ଏହାପରେ ତିନି ପୁଲିସ କର୍ମଚାରୀ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରିଛନ୍ତି। କରୋନା ଭାଇରସ କାରଣରୁ ଦେଖା ଦେଇଥିବା ଏଭଳି ବିଚିତ୍ର ଚିତ୍ର କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କର ବୟସ ୪୪। ଚାରି ଦିନ ପୂର୍ବରୁ ମହୀଶୂରର ଚମରାଜନଗର ଜିଲ୍ଲା ସୀମାରେ ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ସ୍ଥାନରେ ବାରମ୍ୱାର ମଣିଷ ଓ […]

karnataka-cop-buries-man

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 06:39 PM IST

ବେଙ୍ଗାଲୁରୁ: ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଶବକୁ କରୋନା ହୋଇଥିବା ଭୟରେ ପରିବାର ଲୋକେ ଗ୍ରହଣ କରି ନାହାନ୍ତି। ଏହାପରେ ତିନି ପୁଲିସ କର୍ମଚାରୀ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରିଛନ୍ତି। କରୋନା ଭାଇରସ କାରଣରୁ ଦେଖା ଦେଇଥିବା ଏଭଳି ବିଚିତ୍ର ଚିତ୍ର କର୍ଣ୍ଣାଟକରେ ଦେଖିବାକୁ ମିଳିଛି।

ମୃତ ବ୍ୟକ୍ତିଙ୍କର ବୟସ ୪୪। ଚାରି ଦିନ ପୂର୍ବରୁ ମହୀଶୂରର ଚମରାଜନଗର ଜିଲ୍ଲା ସୀମାରେ ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ସ୍ଥାନରେ ବାରମ୍ୱାର ମଣିଷ ଓ ହାତୀକୁ ନେଇ ସମସ୍ୟା ରହିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ଗାଁକୁ ପ୍ରଶାସନ ନେଇଯାଇଥିଲା।

ମଡେଗୌଡ଼ାର ସବ ଇନସପେକ୍ଟର ଏବଂ ଦୁଇ ପୁଲିସ ଅଧିକାରୀ ମୃତକଙ୍କ ପରିବାଲ ଲୋକଙ୍କୁ ମୃତ୍ୟୁ ବାବଦରେ ଅବଗତ କରାଇଥିଲେ। ହେଲେ ପରିବାର ଲୋକେ ଗ୍ରହଣ କରିନଥିଲେ। ଏହାପରେ ଦୁଇ ପୁଲିସ ଅଧିକାରୀଙ୍କ ସହଯୋଗକ୍ରମେ ମୃତ ବ୍ୟକ୍ତିଙ୍କୁ ସମାଧି ଦେଇଛନ୍ତି ତିନି ପୁଲିସ ଅଫିସର। ହିନ୍ଦୁ ରୀତିନୀତି ଅନୁସାରେ ତିନି ପୁଲିସ ଅଧିକାରୀ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ବୋଲି ଚାମରାଜନଗର ଇଷ୍ଟ ପୁଲିସ ଷ୍ଟେସନର ସବ୍ ଇନସପେକ୍ଟର ସୁନୀଲ କହିଛନ୍ତି।

Related story