ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି ହିନ୍ଦୁ ନେତାଙ୍କୁ ହିଁ ଟିକେଟ୍ ଦେବ

ବେଙ୍ଗାଲୁରୁ: ବିଜେପି କେବଳ ହିନ୍ଦୁ ନେତାଙ୍କୁ ହିଁ ଟିକେଟ୍ ଦେବ। ସେ ଯେକୌଣସି ଜାତିର ହେଉଥାନ୍ତୁ ନା କାହଁକି। ମୁସଲିମ୍ ନେତାଙ୍କୁ ଟିକେଟ୍ ଦେବାର ପ୍ରଶ୍ନ ଉଠୁନି। କର୍ଣ୍ଣାଟକର ବିଜେପି ନେତା ତଥା ମନ୍ତ୍ରୀ କେଏସ ଏଶଓ୍ୱାରପ୍ପା ଏହା କହିଛନ୍ତି। ଆଗକୁ ରାଜ୍ୟର ବେଲଗାଭି ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ। ଖୁବଶୀଘ୍ର ନିର୍ବାଚନ କମିଶନର ଉପ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବାର ସମ୍ଭାବନା ରହିଛି। ପ୍ରଚାର ଆରମ୍ଭ ହେଉଥିବା ବେଳେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ […]

karnataka-bjp-leader

Subhransu Sekhar
  • Published: Monday, 30 November 2020
  • , Updated: 30 November 2020, 12:43 PM IST

ବେଙ୍ଗାଲୁରୁ: ବିଜେପି କେବଳ ହିନ୍ଦୁ ନେତାଙ୍କୁ ହିଁ ଟିକେଟ୍ ଦେବ। ସେ ଯେକୌଣସି ଜାତିର ହେଉଥାନ୍ତୁ ନା କାହଁକି। ମୁସଲିମ୍ ନେତାଙ୍କୁ ଟିକେଟ୍ ଦେବାର ପ୍ରଶ୍ନ ଉଠୁନି। କର୍ଣ୍ଣାଟକର ବିଜେପି ନେତା ତଥା ମନ୍ତ୍ରୀ କେଏସ ଏଶଓ୍ୱାରପ୍ପା ଏହା କହିଛନ୍ତି। ଆଗକୁ ରାଜ୍ୟର ବେଲଗାଭି ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ। ଖୁବଶୀଘ୍ର ନିର୍ବାଚନ କମିଶନର ଉପ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବାର ସମ୍ଭାବନା ରହିଛି। ପ୍ରଚାର ଆରମ୍ଭ ହେଉଥିବା ବେଳେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ସାମ୍ପ୍ରଦାୟିକ ରାଜନୀତିକୁ ଉସକାଇଛି।

ସେ କହିଛନ୍ତି, ବେଲଗାଭିରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ଜଣେ ହିନ୍ଦୁ ନେତା ହିଁ ଏହି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ଦରକାର। ସେହି ନେତା ଲିଙ୍ଗାୟତ, କୁରୁବା, ଭୋକ୍କାଲିଗା ନହେଲେ ବ୍ରାହ୍ମଣ ହୋଇପାରନ୍ତି। ତେଣୁ ମୁସଲମାନ ନେତାଙ୍କୁ ଟିକେଟ୍ ଦେବାର ପ୍ରଶ୍ନ ଉଠୁନି।

ସୂଚନାଯୋଗ୍ୟ, ବେଲଗାଭି ଲୋକସଭା ଆସନ ବିଜେପି ହାତରେ ଥିଲା। ଦିବଂଗତ କେନ୍ଦ୍ର ରେଳରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗାଡି ଏହି ସ୍ଥାନରୁ ପ୍ରତିନିଧିତ୍ୱ କରୁଥିଲେ। ଏବେ ଏହି ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର ଖୁବଶୀଘ୍ର ତାରିଖ ଘୋଷଣା କରିପାରନ୍ତି। ଲୋକସଭା ନିର୍ବାଚନ ବେଳେ ଏହି ଆସନରେ ଟିକେଟ୍ ବଣ୍ଟାକୁ ନେଇ କେଏସ ଏଶଓ୍ୱାରପ୍ପା ହିନ୍ଦୁ-ମସଲିମଙ୍କ ନେଇ ବିବାଦୟୀ ମନ୍ତବ୍ୟ ଦେଇଥିଲେ।

Related story