କର୍ଣ୍ଣାଟକା: ସୁପ୍ରିମ୍‌କୋର୍ଟ ଗଲେ ଆଉ ୫ ବିଧାୟକ

ନୂଆଦିଲ୍ଲୀ: ବାଚସ୍ପତି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିବାରୁ ତା’ ବିରୋଧରେ ଆଉ ୫ ଜଣ ବିଧାୟକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ୫ ଜଣ ବିଧାୟକ ହେଉଛନ୍ତି କେ ସୁଧାକର, ରୋଶନ ବେଗ୍‌, ଏମ୍‌ଟିବି ନାଗରାଜ, ମୁନିରତ୍ନ ନାଇଡ଼ୁ ଏବଂ ଆନନ୍ଦ ସିଂହ। ଏହି ୫ ଜଣଙ୍କୁ ମିଶାଇ ମୋଟ ୧୫ ଜଣ ବିଧାୟକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇସାରିଲେଣି। ସେମାନେ ସେହି ସମୟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯେତେବେଳେ […]

karnataka

Subrat Kumar Nayak
  • Published: Saturday, 13 July 2019
  • , Updated: 13 July 2019, 10:59 PM IST

ନୂଆଦିଲ୍ଲୀ: ବାଚସ୍ପତି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିବାରୁ ତା' ବିରୋଧରେ ଆଉ ୫ ଜଣ ବିଧାୟକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ୫ ଜଣ ବିଧାୟକ ହେଉଛନ୍ତି କେ ସୁଧାକର, ରୋଶନ ବେଗ୍‌, ଏମ୍‌ଟିବି ନାଗରାଜ, ମୁନିରତ୍ନ ନାଇଡ଼ୁ ଏବଂ ଆନନ୍ଦ ସିଂହ। ଏହି ୫ ଜଣଙ୍କୁ ମିଶାଇ ମୋଟ ୧୫ ଜଣ ବିଧାୟକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇସାରିଲେଣି।

ସେମାନେ ସେହି ସମୟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯେତେବେଳେ କର୍ଣ୍ଣାଟକା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ସେପଟେ ବିଧାୟକମାନେ ଇସ୍ତଫା ପତ୍ର ଗୃହୀତ ହେବାକୁ ଅପେକ୍ଷା କରି ରହିଥିବାବେଳେ ବାଚସ୍ପତି ଧରାଛୁଆଁ ଦେଉନାହାନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ବିଧାୟକମାନେ ଏବେ ବିଭିନ୍ନ ହୋଟେଲ ଓ ରିଜର୍ଟରେ ପଡ଼ିରହିଛନ୍ତି। ଶୁକ୍ରବାର ସୁପ୍ରିମ୍‌କୋର୍ଟ ୧୦ ଜଣ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ବା ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତି ନେଇ ଯଥାପୂର୍ବ ସ୍ଥିତି ବଜାୟ ରଖିବା ପାଇଁ (‘ଷ୍ଟାଟସ୍‌ କ୍ୟୋ’) ନିର୍ଦ୍ଦେଶ ଦେବା ପରେ ପୁଣି ଆଉ ୫ ଜଣ ବିଧାୟକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ ଆଗାମୀ ସପ୍ତାହରେ ଯାଇ ଯାହା ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାପାଇଁ ପ୍ରସ୍ତୁତ ଥିବା ବାଚସ୍ପତି ରମେଶ କୁମାରଙ୍କୁ ଜଣାଇସାରିଛନ୍ତି। କିନ୍ତୁ ଏହା କେବଳ ବିଧାୟକଙ୍କ ଇସ୍ତଫା ବାବଦରେ ସୁପ୍ରିମ୍‌କୋର୍ଟଙ୍କ ମଙ୍ଗଳବାର ଶୁଣାଣି ପରେ ଯାଇ ସମ୍ଭବ ହୋଇପାରିବ। ଯଦି ସେମାନଙ୍କ ଇସ୍ତଫା ଗ୍ରହଣ କରା ନ ଯାଏ, ସେମାନେ ବିଧାୟକ ପଦ ହରାଇବା ନିଶ୍ଚିତ। କାରଣ ତାଙ୍କ ଦଳ ପକ୍ଷରୁ ବିଧାନସଭା ଆରମ୍ଭ ଦିନ ଉପସ୍ଥିତ ରହିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଥିଲେ। ସେମାନେ ଗୁରୁବାର ସନ୍ଧ୍ୟାରେ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇ ମୁମ୍ବାଇ ଫେରିଯାଇଥିଲେ।

ଅନ୍ୟପକ୍ଷରେ କର୍ଣ୍ଣାଟକା ରାଜନୀତିରେ ଆଉ ଏକ ଟୁଇଷ୍ଟ ଦେଖିବାକୁ ମିଳିଛି। କେତେକ ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ଆଭାସ ମିଳିଛି। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, "ସେତେବେଳେ ସ୍ଥିତି ଅଲଗା ଥିଲା। ଡିକେ ଶିବକୁମାର ଏବଂ ଅନ୍ୟମାନେ ଇସ୍ତଫାରୁ ଓହରିବାକୁ ଅନୁରୋଧ କରିଛନ୍ତି। ମୁଁ ସୁଧାକର ରାଓଙ୍କ ସହ କଥା ହେବି, ତାପରେ ଯାଇ ଯାହା କରିବି। ଆଉ ତା’ଛଡ଼ା ମୁଁ କଂଗ୍ରେସରେ ଦୀର୍ଘଦିନ ହେଲା ରହିଆସିଛି।"

Related story