ସଙ୍କଟରେ କର୍ଣ୍ଣାଟକା ମେଣ୍ଟ ସରକାର, ଜିଏଡିଏସ-କଂଗ୍ରେସ କଳିର ସମାଧାନ ପାଇଁ ଚେଷ୍ଟା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ ସରକାରରେ ଥିବା ଅସନ୍ତୋଷର ମୁକାବିଲା ପାଇଁ କଂଗ୍ରେସର ବରିଷ୍ଠ ନେତା କେ.ସି ଭେନୁଗୋପାଳ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଜେଡିଏସ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏବେ ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ କଂଗ୍ରେସ ଭେନୁଗୋପାଳଙ୍କୁ ପଠାଇଥିବା ସୂଚନା ରହିଛି। କଂଗ୍ରେସ ନେତା ଗୁଲାନ ନବୀ ଆଜାଦ୍ ବି ବେଙ୍ଗାଲୁରୁ ଆସିବାର ଥିଲା। କିନ୍ତୁ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସଙ୍ଗ ଜାରି ରହିଥିବାରୁ ଗୁଲମନବୀ […]

kumar swamy siddharmaiah

Subhransu Sekhar
  • Published: Wednesday, 29 May 2019
  • , Updated: 29 May 2019, 12:27 PM IST
ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ ସରକାରରେ ଥିବା ଅସନ୍ତୋଷର ମୁକାବିଲା ପାଇଁ କଂଗ୍ରେସର ବରିଷ୍ଠ ନେତା କେ.ସି ଭେନୁଗୋପାଳ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଜେଡିଏସ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏବେ ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ କଂଗ୍ରେସ ଭେନୁଗୋପାଳଙ୍କୁ ପଠାଇଥିବା ସୂଚନା ରହିଛି। କଂଗ୍ରେସ ନେତା ଗୁଲାନ ନବୀ ଆଜାଦ୍ ବି ବେଙ୍ଗାଲୁରୁ ଆସିବାର ଥିଲା। କିନ୍ତୁ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସଙ୍ଗ ଜାରି ରହିଥିବାରୁ ଗୁଲମନବୀ ଆଜାଦଙ୍କ ବେଙ୍ଗାଲୁରୁର ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା।
ଦୁଇ ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଏସ୍.ଏମ୍ କ୍ରିଷ୍ଣାଙ୍କୁ ତାଙ୍କ ବାସଭାବନରେ ଦୁଇଜଣ  କଂଗ୍ରେସ ବିଧାୟକ ଭେଟିଥିଲେ। ଅନ୍ୟପଟେ ମେ ୨୩ ପରେ କର୍ଣ୍ଣଟକାରେ ମେଣ୍ଟ ସରକାର ଧୋଇଯିବ ବୋଲି ବିଜେପି ନାରା ଦେଇଥିବାରୁ ଜେଡିଏସ ଓ କଂଗ୍ରେସ ନେତୃମଣ୍ଡଳୀ ଚିନ୍ତାରେ ଥିବା ଜଣାପଡ଼ିଛି।
ଗତବର୍ଷ କର୍ଣ୍ଣାଟକାରେ ବିଧାନସଭା ନିର୍ବାଚନ ହୋଇଥିଲା। ମୋଟ ୨୨୫ ବିଧାନସଭା ଆସନରୁ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ଟି ଏବଂ ଜେଡିଏସ ୩୭ଟି, ବିଏସପି ଗୋଟିଏ ଏବଂ ଅନ୍ୟ ୩ଟି ଆସନ ଅନ୍ୟାନ୍ୟ ଦଳ ଜିତିଥିଲେ। ବିଜେପିକୁ ସର୍ବାଧିକ ଜନାଦେଶ ମିଳିଥିଲେ ମଧ୍ୟ ମ୍ୟାଜିକ ନମ୍ୱର ୧୧୩ ଛୁଇଁ ପାରିନଥିଲା। ତେଣୁ ବିଜେପିକୁ ଚକମା ଦେଇ କଂଗ୍ରେସ ଓ ଜେଡିଏସ କର୍ଣ୍ଣାଟକାରେ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି।
ସେହିପରି ୨୮ ଲୋକସଭା ଆସନରୁ ଚଳିତଥର ବିଜେପି ୨୫ଟିରେ ଜିତିଥିବା ବେଳେ କଂଗ୍ରେସ ଓ ଜେଡିଏସ ଉଭୟ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜେପିକୁ ସମର୍ଥନ କରୁଥିବା ଜଣାପଡ଼ିଛି। ମେଣ୍ଟ ସରକାରରେ ଏଭଳି ସ୍ଥିତିକୁ ନେଇ ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପା ପୁଣିଥରେ ବିଧାନସଭା ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି।

Related story