କାଶ୍ମୀର ଘାଟିରେ ପ୍ରଥମଥର ପାଇଁ ଉଡ଼ିଲା ଚୀନ୍ ପତାକା

ଜମ୍ମୁ: ଗୋଆରେ ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଆସିଥିବା ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭାରତ ଆସିଛନ୍ତି। ଅନ୍ୟ ଏକ ଘଟଣାରେ କିଛି ପ୍ରଦର୍ଶନକାରୀ ଜମ୍ମୁ-କାଶ୍ମୀର ବାରମୁଳା ଘାଟିରେ ଆଜି ପ୍ରଥମ ଥର ପାଇଁ ଚୀନ୍ ଓ ପାକିସ୍ତାନର ପତାକା ଉଡାଇଛନ୍ତି।  ଚୀନ୍‌ର ପତାକାରେ ଚୀନ୍‌ କାଶ୍ମୀରକୁ ସାହାଯ୍ୟ କରୁ ବୋଲି ସ୍ଲୋଗାନ୍ ମଧ୍ୟ ଲେଖା ହୋଇଥିଲା। ହିଜବୁଲ୍ କମାଣ୍ଡର ବୁରହାନ୍ ୱାନୀଙ୍କ ଏନକାଉଣ୍ଟର ଘଟଣା ପରେ କାଶ୍ମରୀ ଘାଟିରେ ହିଂସା ଲାଗି ରହିଛି। ପ୍ରତେକ୍ଷ୍ୟଦର୍ଶୀଙ୍କ […]

jammu

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 07:46 PM IST

ଜମ୍ମୁ: ଗୋଆରେ ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଆସିଥିବା ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭାରତ ଆସିଛନ୍ତି। ଅନ୍ୟ ଏକ ଘଟଣାରେ କିଛି ପ୍ରଦର୍ଶନକାରୀ ଜମ୍ମୁ-କାଶ୍ମୀର ବାରମୁଳା ଘାଟିରେ ଆଜି ପ୍ରଥମ ଥର ପାଇଁ ଚୀନ୍ ଓ ପାକିସ୍ତାନର ପତାକା ଉଡାଇଛନ୍ତି।  ଚୀନ୍‌ର ପତାକାରେ ଚୀନ୍‌ କାଶ୍ମୀରକୁ ସାହାଯ୍ୟ କରୁ ବୋଲି ସ୍ଲୋଗାନ୍ ମଧ୍ୟ ଲେଖା ହୋଇଥିଲା। ହିଜବୁଲ୍ କମାଣ୍ଡର ବୁରହାନ୍ ୱାନୀଙ୍କ ଏନକାଉଣ୍ଟର ଘଟଣା ପରେ କାଶ୍ମରୀ ଘାଟିରେ ହିଂସା ଲାଗି ରହିଛି।

ପ୍ରତେକ୍ଷ୍ୟଦର୍ଶୀଙ୍କ କହିବା ମୁତାବକ ନମାଜ ପାଠ ପରେ ଉଦଗାହ ନିକଟରେ ଚାରି ରୁ ପାଞ୍ଚ ଜଣ ଯୁବକ ଚୀନ୍ ପତାକା ଉଡାଇଥିଲେ। ସବୁ ପ୍ରଦର୍ଶନକାରୀମାନେ ନିଜ ମୁହଁରେ କପଡ଼ା ବାନ୍ଧି ଥିଲେ। ଏପରି ନ କରିବା ପାଇଁ ଜଣେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପ୍ରଦର୍ଶନକାରୀମାନେ ଟେକା ପଥର ଫିଙ୍ଗି ଥିଲେ। ଏହାପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସର ବ୍ୟବହାର କରିଥିଲା।

Related story