ଆତଙ୍କୀଙ୍କ ମୁକାବିଲା ପାଇଁ ଅଭିନବ ଉପାୟ ଆପଣାଇଛି ଜମ୍ମୁ-କଶ୍ମୀର ପୁଲିସ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ୍‌ ଆତଙ୍କବାଦୀଙ୍କ ଉପରେ ଚାପ ପ୍ରୟୋଗ କରି ସେମାନଙ୍କୁ ଏକଘରକିଆ କରିବାର ଉପାୟ ଆପଣାଇଛି। ଏହାଫଳରେ ସେମାନେ ସାଧାରଣ ଲୋକଙ୍କୁ ମତାଇ ପାରିବେ ନାହିଁ ବୋଲି ରାଜ୍ୟ ଡିଜିପି ଦିଲବାଗ୍‌ ସିଂହ କହିଛନ୍ତି। ଗତ ବର୍ଷଠାରୁ ଏହି ଦାୟିତ୍ୱରେ ଥିବା ଦିଲବାଗ୍‌ ଏକ ସାକ୍ଷାତକାରରେ ଏହି ବିଷୟରେ ସୂଚନା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ଲୋକଙ୍କ ସହଯୋଗ ନିମନ୍ତେ ସେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଯଦିଓ ସୁରକ୍ଷା କ୍ଷେତ୍ରରେ […]

dilbag

Subrat Kumar Nayak
  • Published: Sunday, 18 August 2019
  • , Updated: 18 August 2019, 04:41 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ୍‌ ଆତଙ୍କବାଦୀଙ୍କ ଉପରେ ଚାପ ପ୍ରୟୋଗ କରି ସେମାନଙ୍କୁ ଏକଘରକିଆ କରିବାର ଉପାୟ ଆପଣାଇଛି। ଏହାଫଳରେ ସେମାନେ ସାଧାରଣ ଲୋକଙ୍କୁ ମତାଇ ପାରିବେ ନାହିଁ ବୋଲି ରାଜ୍ୟ ଡିଜିପି ଦିଲବାଗ୍‌ ସିଂହ କହିଛନ୍ତି। ଗତ ବର୍ଷଠାରୁ ଏହି ଦାୟିତ୍ୱରେ ଥିବା ଦିଲବାଗ୍‌ ଏକ ସାକ୍ଷାତକାରରେ ଏହି ବିଷୟରେ ସୂଚନା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ଲୋକଙ୍କ ସହଯୋଗ ନିମନ୍ତେ ସେ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ଯଦିଓ ସୁରକ୍ଷା କ୍ଷେତ୍ରରେ ପୁଲିସ୍‌, ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ମିଳିତ ଉଦ୍ୟମ ପ୍ରଶଂସନୀୟ, ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କ ଅବଦାନକୁ ମଧ୍ୟ ଏଡ଼ାଇ ଦେଇହେବନି।

୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଦିଲବାଗ୍‌ ସିଂହ ଜମ୍ମୁ-କଶ୍ମୀରରେ ହୋଇଥିବା ସାମ୍ବିଧାନିକ ପରିବର୍ତ୍ତନ ବାବଦରେ କିନ୍ତୁ କିଛି କହିବାକୁ ମନା କରିଥିଲେ। ସେ କହିଥିଲେ, ମୁଁ ଭାବୁଛି ରାଜ୍ୟରେ ଏକ ସକାରାତ୍ମକ ବିକାଶ ଆଗେଇ ଚାଲିଛି। ଲୋକେ ଏହାର ସକାରାତ୍ମକ ଦିଗଟିକୁ ବିଚାର କରିବା ଦରକାର।

ସେ କହିଛନ୍ତି, ଆତଙ୍କବାଦୀମାନେ ଯେପରି ସାଧାରଣ ଲୋକଙ୍କୁ ମିଛ କଥା କହି ଭୂତାଇବାର ସୁଯୋଗ ନ ପା’ନ୍ତି ସେଥିପ୍ରତି ପୁଲିସ୍ ନଜର ଦେଉଛି। ଆଉ ଏଥିରେ ପୁଲିସ୍‌ ଲଗାତାର ସଫଳତା ପାଇବାରେ ଲାଗିଛି ବୋଲି ସେ କହିଛନ୍ତି।

Related story