କାଶ୍ମୀର: ସୋପିଆନର ମସଜିଦରେ ଗ୍ରେନେଡ୍ ବିସ୍ଫୋରଣ, ୧୧ ଆହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାର ଏକ ମସଜିଦରେ ଗୁରୁବାର ସକାଳେ ଏକ ଗ୍ରେନେଡ୍ ବିସ୍ଫୋରଣରେ ୧୧ ଜଣ ଲୋକ ଆହତ ହୋଇଛନ୍ତି। ଲୋକେ ସକାଳ ନମାଜ ସାରି ମସଜିଦରୁ ଫେରିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ନମାଜ ସାରି ଲୋକେ ଫେରୁଥିବା ବେଳେ ମସଜିଦ ପରିସରେର ଏକ ଧାତବ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଣେ ବ୍ୟକ୍ତି ଗ୍ଲାସଟିକୁ ହାତରେ ଉଠାଇବା ମାତ୍ରେ ତାହା ବିସ୍ଫୋରଣ ହୋଇଯାଇଥିଲା। ସୂଚନାଯୋଗ୍ୟ, ବୁଧବାର ଖାନୟାରରେ ଆତଙ୍କବାଦୀମାନେ ଏକ […]

shopianexplosion

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 04:05 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାର ଏକ ମସଜିଦରେ ଗୁରୁବାର ସକାଳେ ଏକ ଗ୍ରେନେଡ୍ ବିସ୍ଫୋରଣରେ ୧୧ ଜଣ ଲୋକ ଆହତ ହୋଇଛନ୍ତି। ଲୋକେ ସକାଳ ନମାଜ ସାରି ମସଜିଦରୁ ଫେରିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ନମାଜ ସାରି ଲୋକେ ଫେରୁଥିବା ବେଳେ ମସଜିଦ ପରିସରେର ଏକ ଧାତବ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଣେ ବ୍ୟକ୍ତି ଗ୍ଲାସଟିକୁ ହାତରେ ଉଠାଇବା ମାତ୍ରେ ତାହା ବିସ୍ଫୋରଣ ହୋଇଯାଇଥିଲା।

ସୂଚନାଯୋଗ୍ୟ, ବୁଧବାର ଖାନୟାରରେ ଆତଙ୍କବାଦୀମାନେ ଏକ ପାଟ୍ରୋଲିଂ କରୁଥିବା ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଗ୍ରେନେଡ ଫୋପାଡ଼ି ଥିଲେ। ଏଥିରେ ଜମ୍ମୁ ଓ କାଶ୍ମୀର ପୋଲିସର ଜଣେ ଅଧିକାରୀଙ୍କ ସମେତ ଦୁଇ ଜଣ ସିଆରପିଏଫ୍ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।

Related story