କଶ୍ମିରୀଙ୍କ ସ୍ଥିତି ଅସ୍ଥିର, ମୋଦିଙ୍କ ସହ କଥା ହେବି: ଆଞ୍ଜେଲା ମର୍କେଲ୍‌

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ କହିଛନ୍ତି କଶ୍ମୀରରେ ରହୁଥିବା ଲୋକମାନଙ୍କର ସ୍ଥିତି ଅସ୍ଥିର ରହିଛି। ଏଥିରେ ଉନ୍ନତି ଆସିବା ଦରକାର ବୋଲି ସେ କହିଛନ୍ତି। ସେ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ସେ ଏଭଳି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରସଙ୍ଗରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଜମ୍ମୁ-କଶ୍ମୀରକୁ ନେଇ ଭାରତର ମତ […]

angela-markel

Subrat Kumar Nayak
  • Published: Friday, 01 November 2019
  • , Updated: 01 November 2019, 10:29 PM IST

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ କହିଛନ୍ତି କଶ୍ମୀରରେ ରହୁଥିବା ଲୋକମାନଙ୍କର ସ୍ଥିତି ଅସ୍ଥିର ରହିଛି। ଏଥିରେ ଉନ୍ନତି ଆସିବା ଦରକାର ବୋଲି ସେ କହିଛନ୍ତି। ସେ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ସେ ଏଭଳି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରସଙ୍ଗରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଜମ୍ମୁ-କଶ୍ମୀରକୁ ନେଇ ଭାରତର ମତ ଏବଂ ଏହାର ଏକ ଅଂଶ ପାକିସ୍ତାନ ଦଖଲରେ ଥିବା ତାଙ୍କୁ ଜଣା ଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ରହିଥିବା ସ୍ଥିତିରେ କିଭଳି ସୁଧାର ଆସିବ ସେ ମୋଦିଙ୍କଠାରୁ ଜାଣିବାକୁ ଚାହିଁବେ ବୋଲି ଏହି ଅବସରରେ କହିଛନ୍ତି।

Related story