କାଶ୍ମୀରରେ ପୁଣି ଉଡ଼ିଲା ପାକିସ୍ତାନ ଓ ଆଇଏସର ପତାକା

ଶ୍ରୀନଗର: ଇଦ୍ ଅବସରରେ କାଶ୍ମୀର ଘାଟିରେ ଉତ୍ତେଜନା ପ୍ରକାଶ ପାଇଛି। ବିଚ୍ଛିନ୍ନତାବାଦୀ ସଂଗଠନ  ହୁରିୟାତର ମୁଖ୍ୟ ସୟଦ ଅଲ୍ଲୀ ଶାହ ଗିଲାନୀ ଓ ଅନ୍ୟ ନେତାଙ୍କୁ ଗୃହବନ୍ଦୀ କରି ରଖାଯିବା ଘଟଣାର ପ୍ରତିବାଦ କରି ତାଙ୍କର ସମର୍ଥକମାନେ ଆଜି ସକାଳ ପ୍ରାୟ ୯ଟା ବେଳେ ସୋପୋର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭାକରୀମାନେ ଅଭିଯୋଗ କରିଥିଲେ ଯେ ଗିଲାନୀ ଓ ଅନ୍ୟ ନେତାଙ୍କୁ ଆଜି ଇଦ୍ ଅବସରରେ ମଧ୍ୟ ମସଜିଦକୁ ପ୍ରାର୍ଥନା କରିବାକୁ ଛଡ଼ା ଯାଇନାହିଁ।  ବିକ୍ଷୋଭ ପ୍ରଦର୍ଶନ […]

isis

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 01:56 PM IST

ଶ୍ରୀନଗର: ଇଦ୍ ଅବସରରେ କାଶ୍ମୀର ଘାଟିରେ ଉତ୍ତେଜନା ପ୍ରକାଶ ପାଇଛି। ବିଚ୍ଛିନ୍ନତାବାଦୀ ସଂଗଠନ  ହୁରିୟାତର ମୁଖ୍ୟ ସୟଦ ଅଲ୍ଲୀ ଶାହ ଗିଲାନୀ ଓ ଅନ୍ୟ ନେତାଙ୍କୁ ଗୃହବନ୍ଦୀ କରି ରଖାଯିବା ଘଟଣାର ପ୍ରତିବାଦ କରି ତାଙ୍କର ସମର୍ଥକମାନେ ଆଜି ସକାଳ ପ୍ରାୟ ୯ଟା ବେଳେ ସୋପୋର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭାକରୀମାନେ ଅଭିଯୋଗ କରିଥିଲେ ଯେ ଗିଲାନୀ ଓ ଅନ୍ୟ ନେତାଙ୍କୁ ଆଜି ଇଦ୍ ଅବସରରେ ମଧ୍ୟ ମସଜିଦକୁ ପ୍ରାର୍ଥନା କରିବାକୁ ଛଡ଼ା ଯାଇନାହିଁ।  ବିକ୍ଷୋଭ ପ୍ରଦର୍ଶନ ବେଳେ ସେମାନେ ପୁଣି ଥରେ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ପତାକା  ଉଡାଇଥିଲେ। ଏହା ପୂର୍ବରୁ ବି ହୁରିୟାତର ସମର୍ଥମାନେ ବିଭିନ୍ନ ସମୟରେ ପାକିସ୍ତାନ ଓ ଆଇଏସର ପତାକା ଉଡ଼ାଇ ସାରିଛନ୍ତି। ଆଜି

ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡିଥିଲା।

Related story