‘ଗାଳି ନୁହେଁ କି ଗୁଳି ନୁହେଁ, କାନ୍ଧରେ କାନ୍ଧ ମିଶାଇଲେ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ’

ନୂଆଦିଲ୍ଲୀ: ଗାଳି ନୁହେଁ କି ଗୁଳି ନୁହେଁ, କାଶ୍ମୀରର ସବୁ ଜନତାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସମସ୍ୟାର ସମାଧାନ କରି ହୋଇପାରିବ। ୭୧ତମ ସ୍ୱାଧୀନତା ଦିବସ ଅବସରରେ ଦେବାସୀଭ୍କୁ ସମ୍ବୋଧିତ କରିବା ଅବସରରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ କଥାରେ ଦୁଇଟି କାମ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଏହାଦ୍ୱାରା କାଶ୍ମୀର ଜନତାଙ୍କ ଦୃହୟ ଜିତିବା ସହ ବିଚ୍ଛିନ୍ନତାବାଦୀଙ୍କୁ ଏକଘରିଆ କରିହେବ ବୋଲି କୁହାଯାଉଛି। ସେ କହିଛନ୍ତି- “ଜାମ୍ମୁ କାଶ୍ମୀରର ବିକାଶ […]

modi_speech_12

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 01:55 PM IST

ନୂଆଦିଲ୍ଲୀ: ଗାଳି ନୁହେଁ କି ଗୁଳି ନୁହେଁ, କାଶ୍ମୀରର ସବୁ ଜନତାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସମସ୍ୟାର ସମାଧାନ କରି ହୋଇପାରିବ। ୭୧ତମ ସ୍ୱାଧୀନତା ଦିବସ ଅବସରରେ ଦେବାସୀଭ୍କୁ ସମ୍ବୋଧିତ କରିବା ଅବସରରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ କଥାରେ ଦୁଇଟି କାମ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଏହାଦ୍ୱାରା କାଶ୍ମୀର ଜନତାଙ୍କ ଦୃହୟ ଜିତିବା ସହ ବିଚ୍ଛିନ୍ନତାବାଦୀଙ୍କୁ ଏକଘରିଆ କରିହେବ ବୋଲି କୁହାଯାଉଛି।

ସେ କହିଛନ୍ତି- “ଜାମ୍ମୁ କାଶ୍ମୀରର ବିକାଶ ଓ ଉନ୍ନତି ସହ ରାଜ୍ୟବାସୀଙ୍କ ସ୍ୱପ୍ନକୁ ସାକାର କରିବା ଆମ ସଙ୍କଳ୍ପ। ଏହାକୁ ପୁଣି ଥରେ ସ୍ୱର୍ଗରେ ପରିଣତ କରାଯିବ। କାଶ୍ମୀରରେ କିଛି ବି ଘଟିଲେ ତାକୁ ନେଇ ତୁ ତୁ ମେଁ ମେଁ ଆରମ୍ଭ ହୋଇଯାଉଛି। ଏପରିକି କିଛି ଲୋକ ପରସ୍ପରକୁ ଗାଳି ଦେବାକୁ ବି ପଛାଉ ନାହାନ୍ତି। କେତେଜଣ ହାତଗଣତି ବିଚ୍ଛିନ୍ନତାବାଦୀ ଲୋକଙ୍କ ପାଇଁ ଆଜି କାଶ୍ମୀର ଉପତ୍ୟାକା ଅଶାନ୍ତ। ହେଲେ ଗାଳି କି ଗୁଳିଲେ ଏହାର ସମାଧାନ ହେବ ନାହିଁ। କେବଳ କାଶ୍ମୀରବାସୀଙ୍କୁ ଭଲ ପାଇବା ଦ୍ୱାରା ହିଁ ସମାଧାନ ହେବ।

Related story