କାଶ୍ମୀରକୁ ପ୍ରଶିକ୍ଷିତ ଆତଙ୍କବାଦୀ ପଠାଉଥିଲା ପାକିସ୍ତାନ: ପରଭେଜ ମୁଶାରଫ

ଇସଲାମାବାଦ: କାଶ୍ମୀରକୁ ନିଜର ବୋଲି ସବୁବେଳେ ଦାବି କରି ଆସୁଥିବା ପାକିସ୍ତାନ ଏହାକୁ ହାତେଇବାକୁ କିପରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଚଳାଇଛି ତାହା ଉପରୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପରଦା ଉଠାଇଛନ୍ତି । ପାକିସ୍ତାନର ଏକ ଟିଭି ଚ୍ୟାନେଲ ଦୁନିଆଁ ଟିଭିକୁ ସାକ୍ଷାତକାର ଦେଇ ସୁଶାରଫ କହିଛନ୍ତି କାଶ୍ମୀରକୁ ପାକିସ୍ତାନ ହିଁ ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ ପଠାଉଥିଲା। ୨୬-୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବାର ହାଫିଜ ସଇଦ୍, ଜାକିର୍ ଉର୍ ରେହମାନ୍ ଲଖଭି ଏପରି କି ଓସାମା ବିନ୍ […]

musharraf

Rakesh Mallick
  • Published: Wednesday, 28 October 2015
  • , Updated: 04 May 2017, 03:44 PM IST

ଇସଲାମାବାଦ: କାଶ୍ମୀରକୁ ନିଜର ବୋଲି ସବୁବେଳେ ଦାବି କରି ଆସୁଥିବା ପାକିସ୍ତାନ ଏହାକୁ ହାତେଇବାକୁ କିପରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଚଳାଇଛି ତାହା ଉପରୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପରଦା ଉଠାଇଛନ୍ତି । ପାକିସ୍ତାନର ଏକ ଟିଭି ଚ୍ୟାନେଲ ଦୁନିଆଁ ଟିଭିକୁ ସାକ୍ଷାତକାର ଦେଇ ସୁଶାରଫ କହିଛନ୍ତି କାଶ୍ମୀରକୁ ପାକିସ୍ତାନ ହିଁ ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ ପଠାଉଥିଲା। ୨୬-୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବାର ହାଫିଜ ସଇଦ୍, ଜାକିର୍ ଉର୍ ରେହମାନ୍ ଲଖଭି ଏପରି କି ଓସାମା ବିନ୍ ଲାଡେନକୁ ସାକ୍ଷାତକାରରେ ହିରୋ ବୋଲି କହିଛନ୍ତି ମୁଶାରଫ୍। ତେବେ ହାଫିଜ୍ ସଇଦ୍ କି ଲଖଭିକୁ ଗିରଫ କରାଯିବ କି ବୋଲି ପ୍ରଶ୍ନର ସେ କୌଣସି ଉତ୍ତର ଦେବାକୁ ରୋକଠୋକ ମନା କରିଦେଇଛନ୍ତି।

କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଆସୁଥିବା ଭାରତର ଅଭିଯୋଗକୁ ପାକିସ୍ତାନ ସବୁବେଳେ ପ୍ରତ୍ୟାଖାନ କରି ଆସିଛି । ଭାରତ ନିଜେ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରି ଆତଙ୍କବାଦୀ ନାଁରେ ପାକିସ୍ତାନକୁ ବିଶ୍ୱ ଦରବାରରେ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଏହି ଦେଶ ଅଭିଯୋଗ କରି ଆସୁଛି । ତେବେ ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ତତକାଳୀନ ସେନାମୁଖ୍ୟଙ୍କ ମିଡିଆରେ ଏପରି ବୟାନ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛି ।

Related story