ପାକିସ୍ତାନକୁ କାଶ୍ମୀର ସହ ବିହାରକୁ ନେବାକୁ ପଡ଼ିବ କହି ବିବାଦରେ କାଟଜୁ

ନୂଆଦିଲ୍ଲୀ: ଉରୀ ଆକ୍ରମଣ ପରେ ପାକିସ୍ତାନକୁ ବିଶ୍ୱରେ ଏକ ଘରିଆ କରିବାକୁ ଭାରତ ସବୁ ପ୍ରକାର ଚେଷ୍ଟା କରୁଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଏବଂ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ପୂର୍ବତମ ଚେୟାରମ୍ୟାନ ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ତାଙ୍କ ଫେସବୁକ୍ ଓ ଟ୍ୱିଟର ପେଜ୍‌ରେ ପୋଷ୍ଟ କରି କହିଛନ୍ତି,“ପାକିସ୍ତାନ ପାଇଁ ଏକ ଅଫର ଅଛି। ଯଦି ତାକୁ କାଶ୍ମୀର ଦରକାର ତା’ ହେଲେ କାଶ୍ମୀର ସହ ବିହାରକୁ ନେବାକୁ […]

katju

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 05:08 PM IST

ନୂଆଦିଲ୍ଲୀ: ଉରୀ ଆକ୍ରମଣ ପରେ ପାକିସ୍ତାନକୁ ବିଶ୍ୱରେ ଏକ ଘରିଆ କରିବାକୁ ଭାରତ ସବୁ ପ୍ରକାର ଚେଷ୍ଟା କରୁଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଏବଂ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ପୂର୍ବତମ ଚେୟାରମ୍ୟାନ ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ତାଙ୍କ ଫେସବୁକ୍ ଓ ଟ୍ୱିଟର ପେଜ୍‌ରେ ପୋଷ୍ଟ କରି କହିଛନ୍ତି,“ପାକିସ୍ତାନ ପାଇଁ ଏକ ଅଫର ଅଛି। ଯଦି ତାକୁ କାଶ୍ମୀର ଦରକାର ତା’ ହେଲେ କାଶ୍ମୀର ସହ ବିହାରକୁ ନେବାକୁ ପଡିବ।”

ସୋସିଆଲ ମିଡିଆରେ କାଟଜୁଙ୍କ ଏପରି ପୋଷ୍ଟ ପରେ ବିହାରରେ ରାଜନୀତି ଆକ୍ରୋଶ ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,“ପାକିସ୍ତାନର ଲୋକେ ଆସ, ଆମେ ମିଶିକି କାଶ୍ମୀର ସମସ୍ୟାର ସମାଧାନ କରିବା। ଆମେ ତୁମକୁ ଗୋଟିଏ ସର୍ତ୍ତରେ କାଶ୍ମୀର ଦେବୁ। ତୁମକୁ କାଶ୍ମୀର ସହ ବିହାରକୁ ନେବାକୁ ପଡିବ। ଏହା ଏକ ପ୍ୟାକେଜ ଡିଲ୍‌। ନେବ ତ ଦୁଇଟାକୁ ନେବ, ନ ହେଲେ କିଛି ମିଳିବ ନାହିଁ। ଆମେ ତୁମକୁ କେବଳ କାଶ୍ମୀର ଦେଇ ପାରିବୁ ନାହିଁ।”

ଏପରି ପୋଷ୍ଟ ପରେ ବିଭିନ୍ନ ମହଲରୁ କାଟଜୁଙ୍କୁ ସମାଲୋଚିତ ହେବାକୁ ପଡୁଛି। ତାଙ୍କୁ ବିରୋଧ କରି ଲୋକେ ତାଙ୍କ ବିରୋଧରେ କମେଣ୍ଟ ଦେବାରେ ଲାଗିଛନ୍ତି।

ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ମଜ୍ଜାରେ ଏପରି ପୋଷ୍ଟ କରିଥିବା କାଟଜୁ ସଫେଇ ଦେଇଛନ୍ତି।

Related story