ସାହିତ୍ୟରେ କାଜୁଓ ଇସିଗୁରୋଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଚଳିତବର୍ଷ ବ୍ରିଟେନ୍‌ର କାଜୁଓ ଇସିଗୁରୋ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଜାପନରେ ଜନ୍ମଗ୍ରହଣ କରିଥିବା ଇସିଗୁରୋଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଙ୍କ ପରିବାର ବ୍ରିଟେନ୍‌ ପଳାଇ ଆସି ସେଠିକାର ନାଗରିକତ୍ୱ ଗ୍ରହଣ କରି ନେଇଥିଲେ। ଜାପାନର ନାଗାସାକିରେ ୧୯୫୪ ମସିହାରେ ଇସିଗୁରୋ ଜନ୍ମ ଗ୍ରହଣ କରିଥିଲେ। ୧୯୬୦ରେ ତାଙ୍କ ପରିବାର ବ୍ରିଟେନ୍‌ ଚାଲି ଆସିଥିଲେ। ଇସିଗୁରୋ ବହୁତ ସର୍ଟ ଫିଲ୍ମ ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି। ‘ମ୍ୟାନ ବୁକ୍‌ର ପ୍ରାଇଜ୍‌’ ଦୌଡରେ […]

KazuoIshiguro

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 12:13 PM IST

ନୂଆଦିଲ୍ଲୀ: ଚଳିତବର୍ଷ ବ୍ରିଟେନ୍‌ର କାଜୁଓ ଇସିଗୁରୋ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଜାପନରେ ଜନ୍ମଗ୍ରହଣ କରିଥିବା ଇସିଗୁରୋଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଙ୍କ ପରିବାର ବ୍ରିଟେନ୍‌ ପଳାଇ ଆସି ସେଠିକାର ନାଗରିକତ୍ୱ ଗ୍ରହଣ କରି ନେଇଥିଲେ।

ଜାପାନର ନାଗାସାକିରେ ୧୯୫୪ ମସିହାରେ ଇସିଗୁରୋ ଜନ୍ମ ଗ୍ରହଣ କରିଥିଲେ। ୧୯୬୦ରେ ତାଙ୍କ ପରିବାର ବ୍ରିଟେନ୍‌ ଚାଲି ଆସିଥିଲେ।

ଇସିଗୁରୋ ବହୁତ ସର୍ଟ ଫିଲ୍ମ ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି। ‘ମ୍ୟାନ ବୁକ୍‌ର ପ୍ରାଇଜ୍‌’ ଦୌଡରେ ତାଙ୍କ ନାଁ ୪ ଥର ସାମିଲ ହୋଇଥିଲା। ୧୯୮୯ରେ ଉପନ୍ୟାସ ‘ଦି ରିମେନ୍ସ ଅଫ୍‌ ଦି ଡେ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।

ସେ ଲେଖିଥିବା ଉପନ୍ୟାସଗୁଡିକ ମଧ୍ୟରେ ରହିଛି An Artist of the Floating World, The Remains of the Day , When We Were Orphans, ଓ Never Let Me Go ।

Related story