‘ଦେଶର ସବୁଠାରୁ ବଡ଼ ବୋକା ରାହୁଲ ଗାନ୍ଧି’

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ଗତକାଲି ତେଲେଙ୍ଗାନା ବିଧାନସଭା ଭାଙ୍ଗିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ରାହୁଲଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ,“ସମସ୍ତେ ଜାଣନ୍ତି ରାହୁଲ ଗାନ୍ଧି କିଏ? ସେ ଦେଶର ସବୁଠାରୁ ବଡ଼ ବୋକା। ସାରା ଦେଶ ଦେଖିଛି, ସେ କିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଗଲେ, ଆଉ ତାଙ୍କୁ ଆଲିଙ୍ଗନ କଲେ। ଏହାପରେ ସେ କିପରି ମୋଦିଙ୍କୁ ଆଖି ମାରିଲେ। ଚନ୍ଦ୍ରଶେଖର […]

rahul-gandhi

Jyoshna Pradhan
  • Published: Friday, 07 September 2018
  • , Updated: 07 September 2018, 03:47 AM IST

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ଗତକାଲି ତେଲେଙ୍ଗାନା ବିଧାନସଭା ଭାଙ୍ଗିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ରାହୁଲଙ୍କୁ ଟାର୍ଗେଟ୍ କରିଥିଲେ।

ସେ କହିଥିଲେ,“ସମସ୍ତେ ଜାଣନ୍ତି ରାହୁଲ ଗାନ୍ଧି କିଏ? ସେ ଦେଶର ସବୁଠାରୁ ବଡ଼ ବୋକା। ସାରା ଦେଶ ଦେଖିଛି, ସେ କିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଗଲେ, ଆଉ ତାଙ୍କୁ ଆଲିଙ୍ଗନ କଲେ। ଏହାପରେ ସେ କିପରି ମୋଦିଙ୍କୁ ଆଖି ମାରିଲେ।

ଚନ୍ଦ୍ରଶେଖର ରାଓ କହିଥିଲେ,“ ରାହୁଲ ଆମ (ଟିଆର୍‌ଏସ୍‌) ପାଇଁ ସମ୍ପତ୍ତି। ସେ ଯେତେଥର ତେଲେଙ୍ଗାନା ଆସିବେ, ଆମେ ସେତେ ଅଧିକ ଆସନରେ ବିଜୟୀ ହେବୁ।”

ସେ ଆହୁରି କହିଥିଲେ,“ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ଦିଲ୍ଲୀ ରାଜ୍ୟଟି ଉତ୍ତରାଧିକାରୀ ସୂତ୍ରରେ ମିଳିଛି...। ସେ କଂଗ୍ରେସର ଦିଲ୍ଲୀ ସାମ୍ରାଜ୍ୟର ଉତ୍ତରାଧିକାରୀ...। ତେଣୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି ଯେ କଂଗ୍ରେସର ଓ ଦିଲ୍ଲୀର କ୍ରୀତଦାସ ହୁଅନ୍ତୁ ନାହିଁ...।  ତେଲେଙ୍ଗାନାର ନିର୍ଣ୍ଣୟ ତେଲେଙ୍ଗାନାରେ ହେବା ଆବଶ୍ୟକ।”

ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକକୀ ଲଢ଼ିବ ବୋଲି ଚନ୍ଦ୍ରଶେଖର ରାଓ କହିଛନ୍ତି।

Related story