ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲେ କେଜ୍ରି

ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି,“ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି। ଏ ପ୍ରସଙ୍ଗରେ ସାରା ଦେଶ ଏକାଠି ହେବା ଉଚିତ୍।” ରାହୁଲ ଗତକାଲି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କୁ ନେଇ ଦଲାଲି କରୁଛନ୍ତି। କେଜ୍ରିୱାଲ କହିଛନ୍ତି,“ରାହୁଲ ଏଭଳି ଶବ୍ଦର ବ୍ୟବହାର କରିବା ଠିକ୍ ନୁହେଁ।” ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ […]

kejri

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 12:32 PM IST

ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି,“ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି। ଏ ପ୍ରସଙ୍ଗରେ ସାରା ଦେଶ ଏକାଠି ହେବା ଉଚିତ୍।”

ରାହୁଲ ଗତକାଲି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କୁ ନେଇ ଦଲାଲି କରୁଛନ୍ତି। କେଜ୍ରିୱାଲ କହିଛନ୍ତି,“ରାହୁଲ ଏଭଳି ଶବ୍ଦର ବ୍ୟବହାର କରିବା ଠିକ୍ ନୁହେଁ।”

ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କହିଥିଲେ,“ଆମର ଯବାନମାନେ ଆମ ପାଇଁ ବଳିଦାନ ଦେଉଛନ୍ତି। ଜମ୍ମୁ-କାଶ୍ମୀରରେ ଯେଉଁମାନେ ନିଜ ରକ୍ତ ବୁହାଇଛନ୍ତି, ଯେଉଁମାନେ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି, ସେମାନଙ୍କ ରକ୍ତ ପଛରେ ଆପଣ ଲୁଚିଛନ୍ତି। ଆପଣ ସେମାନଙ୍କର ଦଲାଲି କରୁଛନ୍ତି। ଏହା ଭୁଲ୍ କଥା। ଭାରତୀୟ ସେନା ତା’ କାମ କରିଛି। ଆପଣ ଆପଣଙ୍କ କାମ କରନ୍ତୁ। ଆପଣ ହିନ୍ଦୁସ୍ତାନର ଚାଷୀଙ୍କୁ ସାହାଯ୍ୟ କରନ୍ତୁ। ସେନାର ଯବାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରନ୍ତୁ। ଏହା ଆପଣଙ୍କ ଦାୟିତ୍ୱ।”

ତାଙ୍କ ମତକୁ ନେଇ ବିବାଦ ବଢୁଥିବା ଦେଖି ରାହୁଲ ଆଜି ଟ୍ୱିଟ୍ କରି କହିଛନ୍ତି,“ସର୍ଜିକାଲ ଷ୍ଟ୍ରାଇକ୍‌କୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ମୁଁ ଏହା ସ୍ପଷ୍ଟ ଭାବେ କହି ସାରିଛି। କିନ୍ତୁ ସେନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା କଥାକୁ ମୁଁ ସମର୍ଥନ କରୁନାହିଁ।”

 

 

Related story