ଏବେ କାମ କି ରାଜନୀତି, ଦିଲ୍ଲୀ ଆଇ ଲଭ ୟୁ: କେଜ୍ରି

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହାପରେ ଦଳର ମୁଖ୍ୟାଳୟରେ ଦିଲ୍ଲୀବାସୀଙ୍କୁ ଧନ୍ୟବାନ ଦେଇଛନ୍ତି କେଜ୍ରି। ‘ଦିଲ୍ଲୀ ବାଲୋଁ ଗଜବ୍‌ କରିଦିଆ ଆପ୍‌ ଲୋଗୋନେ, ଆଇ ଲଭ୍‌ ୟୁ’  କହି ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ୍ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବିଜୟ ପରେ କେଜ୍ରିୱାଲ ଭାରତ ମାତା କି ଜୟ ନାରା ଦେଇ ସମସ୍ତଙ୍କୁ ଆଇ ଲଭ୍‌ ୟୁ କହିଛନ୍ତି। କେଜ୍ରିୱାଲ୍ କହିଛନ୍ତି “ ଦିଲ୍ଲୀ ବାଲୋଁ ଗଜବ୍‌ କରିଦିଆ ଆପ୍‌ଲୋଗୋନେ। ଆଇ […]

y

Hemant Lenka
  • Published: Tuesday, 11 February 2020
  • , Updated: 11 February 2020, 05:41 PM IST

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହାପରେ ଦଳର ମୁଖ୍ୟାଳୟରେ ଦିଲ୍ଲୀବାସୀଙ୍କୁ ଧନ୍ୟବାନ ଦେଇଛନ୍ତି କେଜ୍ରି। ‘ଦିଲ୍ଲୀ ବାଲୋଁ ଗଜବ୍‌ କରିଦିଆ ଆପ୍‌ ଲୋଗୋନେ, ଆଇ ଲଭ୍‌ ୟୁ’  କହି ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ୍ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ବିଜୟ ପରେ କେଜ୍ରିୱାଲ ଭାରତ ମାତା କି ଜୟ ନାରା ଦେଇ ସମସ୍ତଙ୍କୁ ଆଇ ଲଭ୍‌ ୟୁ କହିଛନ୍ତି। କେଜ୍ରିୱାଲ୍ କହିଛନ୍ତି “ ଦିଲ୍ଲୀ ବାଲୋଁ ଗଜବ୍‌ କରିଦିଆ ଆପ୍‌ଲୋଗୋନେ। ଆଇ ଲଭ୍‌ ୟୁ। ଏ ବିଜୟ ମୋ ବିଜୟ ନୁହେଁ ଏହା ଦିଲ୍ଲୀବାସୀଙ୍କ ବିଜୟ। ଦିଲ୍ଲୀବାସୀ ଆଜି ଦେଶରେ ଏକ ନୂଆ ପ୍ରକାର ରାଜନୀତିକୁ ଜନ୍ମ ଦେଇଛନ୍ତି। ଯାହାର ନାଁ ହେଲା ‘କାମ୍‌ କି ରାଜନୀତି’। ଏହା ଦେଶ ପାଇଁ ଶୁଭ।

ଏହି ବିଜୟ କେବଳ ଦିଲ୍ଲୀର ନୁହେଁ, ଆମ ଭାରତ ମାତାର ବିଜୟ। ଆପଣମାନେ ଆପଣଙ୍କ ପୁଅକୁ ଜିତାଇଛନ୍ତି। ” ଏଥିସହିତ କେଜ୍ରିୱାଲ୍‌ ପାର୍ଟିର କାର୍ଯ୍ୟକର୍ତ୍ତା ଓ ପରିବାରକୁ ଧନ୍ୟବାଦ ଦେଇଛନ୍ତି।  ପରିବାର କଥା କହୁ କହୁ ତାଙ୍କ ପତ୍ନୀଙ୍କର ଆଜି ଜନ୍ମଦିନ ବୋଲି ଜନତାଙ୍କୁ ଜଣାଇଥିଲେ କେଜ୍ରିୱାଲ। ଲୋକମାନଙ୍କୁ ଜନ୍ମଦିନର କେକ୍‌ ଖୁଆଇବେ ବୋଲି କହିଛନ୍ତି କେଜ୍ରି। ଲୋକମାନେ ମଧ୍ୟ ଏକସ୍ୱରରେ କେଜ୍ରିୱାଲଙ୍କ ପତ୍ନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

 

Related story