ରାଗିଗଲେ କେଜ୍ରିୱାଲ : କହିଲେ ମୁଁ ନିର୍ବାଚିତ ମୁଖ୍ୟମନ୍ତ୍ରୀ, କୌଣସି ଆତଙ୍କବାଦୀ ନୁହଁ

ନୂଆଦିଲ୍ଲୀ: ତାତିଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କହିଲେ ମୁଁ  ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ । କୌଣସି ଆତଙ୍କବାଦୀ ନୁହଁ। ଠିକା ଶିକ୍ଷକଙ୍କୁ ନିୟମିତ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ରାଜ୍ୟପାଳ ବିରୋଧ କରିବାରୁ ଏହାର ପ୍ରତିକ୍ରିୟାରେ ଉପରୋକ୍ତ ଜବାବ ରଖିଛନ୍ତି କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ଆଲୋଚନାରେ ଭାଗ ନେଇ କେଜ୍ରିୱାଲ ଦିଲ୍ଲୀ ରାଜ୍ୟପାଳ ତଥା ଲ୍ୟୁଟନାଣ୍ଟ ଗଭର୍ଣ୍ଣନର ଅନିଲ ବୈଜାଲଙ୍କ ବିରୋଧରେ ଆକ୍ଷେପମୂଳକ ସମାଲୋଚନା କରିଥିଲେ। ସେହିପରି ବିଜେପି ବିରୋଧରେ ମଧ୍ୟ ସେ […]

kejriwal

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 06:22 AM IST

ନୂଆଦିଲ୍ଲୀ: ତାତିଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କହିଲେ ମୁଁ  ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ । କୌଣସି ଆତଙ୍କବାଦୀ ନୁହଁ। ଠିକା ଶିକ୍ଷକଙ୍କୁ ନିୟମିତ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ରାଜ୍ୟପାଳ ବିରୋଧ କରିବାରୁ ଏହାର ପ୍ରତିକ୍ରିୟାରେ ଉପରୋକ୍ତ ଜବାବ ରଖିଛନ୍ତି କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ଆଲୋଚନାରେ ଭାଗ ନେଇ କେଜ୍ରିୱାଲ ଦିଲ୍ଲୀ ରାଜ୍ୟପାଳ ତଥା ଲ୍ୟୁଟନାଣ୍ଟ ଗଭର୍ଣ୍ଣନର ଅନିଲ ବୈଜାଲଙ୍କ ବିରୋଧରେ ଆକ୍ଷେପମୂଳକ ସମାଲୋଚନା କରିଥିଲେ।

ସେହିପରି ବିଜେପି ବିରୋଧରେ ମଧ୍ୟ ସେ ବର୍ଷି ଥିଲେ।  କହିଥିଲେ ଦିଲ୍ଲୀ ରାଜ୍ୟପାଳ ନିରପେକ୍ଷ ନୁହନ୍ତି। ବିଜେପି ଇଶାରାରେ ସେ କାମ କରୁଛନ୍ତି । ତେବେ କେଜ୍ରିୱାଲ ଏଭଳି ମନ୍ତବ୍ୟ ଦେବା ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଦିଲ୍ଲୀରେ ୧୫୦୦୦ ଅତିଥି(ଠିକା) ଶିକ୍ଷକଙ୍କୁ ନିୟମିତ ନେଇ ବିଧାନସଭାରେ ବିଲ ଆଗତ ହୋଇଥିଲା। ଏହି ବିଲଟି ବିଧାନସଭାରେ ବାଚନିକ ଭୋଟରେ ପାରିତ ହୋଇଥିଲା। ହେଲେ ଏହା ଯେତେବେଳେ ବିଧିବଦ୍ଧ ମଞ୍ଜୁରୀ ପାଇଁ ଯାଇଥିଲା ରାଜ୍ୟପାଳ ଏହାକୁ ସାମ୍ବିଧାନିକ ଅସଙ୍ଗତିର କାରଣ ଦର୍ଶାଇ ବିରୋଧ କରିଥିଲେ।

Related story