କେନ୍ଦ୍ରର ନକ୍ସଲ ଚିନ୍ତା: ଓଡ଼ିଶା ସମେତ ୭ ରାଜ୍ୟରେ ହେଉଛି ସଡ଼କ ଦୋହରୀକରଣ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ବିକାଶ ମନ୍ତ୍ରାଳୟ ନକ୍ସଲ ପ୍ରଭାବିତ ଆଠଟି ରାଜ୍ୟର ୩୪ଟି ଜିଲ୍ଲାରେ ସଡ଼କ ଆବଶ୍ୟକତା ଯୋଜନା (ଆରଆରବି-୧) କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୫୪୭୭ କିଲୋମିଟର ସଡ଼କର ଦୋହରାକରଣ କାର୍ଯ୍ୟ କରାଯାଉଛି । ଏ ନେଇ ସଡ଼କ ପରିବହନ ଓ ରାଜମାର୍ଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପି.ରାଧାକୃଷ୍ଣନ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଯୋଜନାରେ ମାର୍ଚ୍ଚ ୨୦୧୫ ସୁଦ୍ଧା ସଡ଼କ ଦୋହରାକରଣ କାର୍ଯ୍ୟ […]

m_id_425750_road

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 05:30 PM IST

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ବିକାଶ ମନ୍ତ୍ରାଳୟ ନକ୍ସଲ ପ୍ରଭାବିତ ଆଠଟି ରାଜ୍ୟର ୩୪ଟି ଜିଲ୍ଲାରେ ସଡ଼କ ଆବଶ୍ୟକତା ଯୋଜନା (ଆରଆରବି-୧) କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୫୪୭୭ କିଲୋମିଟର ସଡ଼କର ଦୋହରାକରଣ କାର୍ଯ୍ୟ କରାଯାଉଛି । ଏ ନେଇ ସଡ଼କ ପରିବହନ ଓ ରାଜମାର୍ଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପି.ରାଧାକୃଷ୍ଣନ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଯୋଜନାରେ ମାର୍ଚ୍ଚ ୨୦୧୫ ସୁଦ୍ଧା ସଡ଼କ ଦୋହରାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ନିରାପତ୍ତା କାରଣରୁ ଏଥିରେ ବାଧା ଉପୁଜୁଛି । କ୍ରମାଗତ ଭାବେ ବନ୍ଦ ଡ଼ାକରା, କଣ୍ଟ୍ରାକ୍ଟରମାନଙ୍କ ଯନ୍ତ୍ରପାତି ଓ ଉପକରଣ ପୋଡ଼ି ଯୋଗୁ ଏହା ବାଧାପ୍ରାପ୍ତ ହେଉଛି। କେବଳ ୫୦୦ କିଲୋମିଟର ସଡ଼କକୁ ଛାଡ଼ି ଅନ୍ୟ କାର୍ଯ୍ୟ ୨୦୧୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି। ଆରଆରବିପି-୧ ଯୋଜନାରେ ଓଡ଼ିଶାରେ ୯୪୯ କୋଟି ଟଙ୍କା ବ୍ୟୟରେ ମୋଟ ୬୧୫ କିଲୋମିଟର ସଡ଼କର ଦୋହରାକରଣ କରାଯାଉଛି ଏବଂ ୩୧.୦୭.୨୦୧୫ ସୁଦ୍ଧା ୪୯୪ କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।ସେହିଭଳି ତେଲଙ୍ଗାନାରେ ୬୨୦ କିମି, ବିହାରରେ ୬୭୪ କିମି, ଛତିଶଗଡ଼ରେ ୨୦୧୯ କିମି,  ଝାଡ଼ଖଣ୍ଡରେ ୭୬୦ କିମି, ମଧ୍ୟପ୍ରଦେଶରେ ୨୩୭ କିମି, ମହାରାଷ୍ଟ୍ରରେ ୪୭୦ କିମି ସଡ଼କର ନିର୍ମାଣ ଓ ଦୋହରାକରଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ରାଧାକୃଷ୍ଣନ କହିଥିଲେ।

Related story