ଖାଦ୍ୟ ସୁରକ୍ଷା ଆଇନରେ ଅର୍ନ୍ତଭୁକ୍ତ ହେଲା ମଧ୍ୟାହ୍ନ ଭୋଜନ, ଖାଦ୍ୟ ପାଇବାରୁ ପିଲା ବଞ୍ଚିତ ହେଲେ ପାଇବେ ଭତ୍ତା

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅର୍ନ୍ତଭୁକ୍ତ ହୋଇଛି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ଯଦି କୌଣସି କାରଣରୁ ପିଲା ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୁଅନ୍ତି ତେବେ ସେମାନଙ୍କୁ ଭତ୍ତା ଦିଆଯିବ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଏ ନେଇ ବିଜ୍ଞପ୍ତି ଜାରି କରିଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି, ନୂଆ ମଧ୍ୟାହ୍ନ ଭୋଜନ ନିୟମ ୨୦୧୫ ଅନୁସାରେ କୌଣସି କାରଣରୁ […]

mid-day

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 03:29 PM IST

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅର୍ନ୍ତଭୁକ୍ତ ହୋଇଛି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ଯଦି କୌଣସି କାରଣରୁ ପିଲା ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୁଅନ୍ତି ତେବେ ସେମାନଙ୍କୁ ଭତ୍ତା ଦିଆଯିବ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଏ ନେଇ ବିଜ୍ଞପ୍ତି ଜାରି କରିଛି।

କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି, ନୂଆ ମଧ୍ୟାହ୍ନ ଭୋଜନ ନିୟମ ୨୦୧୫ ଅନୁସାରେ କୌଣସି କାରଣରୁ ଖାଦ୍ୟ ସାମଗ୍ରୀ ନ ଥିଲେ, ଜାଳେଣି ଅଭାବ, ରୋଷେୟା କିମ୍ୱା ସହାୟକ ଅନୁପସ୍ଥିତି ଥିଲେ କିମ୍ବା ଅନ୍ୟ କୌଣସି କାରଣରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ମିଳିଲେ ରାଜ୍ୟ ସରକାର ସେମାନଙ୍କୁ ଖାଦ୍ୟ ସୁରକ୍ଷା ଭତ୍ତା ଦେବେ। ନୂଆ ନିୟମର ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଇବା ସୁନିଶ୍ଚିତ କରିବେ। ଯଦି କୌଣସି କାରଣରୁ ଲଗାତାର ୩ ଦିନ ଓ ମାସକୁ ମୋଟ ୫ ଦିନ ସ୍କୁଲରେ ମଧ୍ୟାନ ଭୋଜନ ବନ୍ଦ ରହେ ତେବେ ଦାୟିତ୍ୱରେ ଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦାୟିତ୍ୱରେ ଥିବା କୌଣସି କେନ୍ଦ୍ରୀୟ ସଂସ୍ଥା ଯଦି ଅବହେଳା କରେ ତେବେ ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ ଅବଗତ କରାଇବେ। ମାସକ ମଧ୍ୟରେ କେନ୍ଦ୍ର ଏହାର ସମାଧାନ କରିବେ। ଖାଦ୍ୟ ସାମଗ୍ରୀ ଓ ରନ୍ଧନ ଖର୍ଚ୍ଚ ଭିତ୍ତିରେ ଭତ୍ତା ପରିମାଣ ସ୍ଥିର ହେବ ଓ ମାସକ ମଧ୍ୟରେ ଏହା ପିଲାଙ୍କୁ ଦିଆଯବ।

ଏବେ ଦେଶର ୧୧ଲକ୍ଷ ସ୍କୁଲର ୧୦କୋଟି ୫୦ଲକ୍ଷ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଏଥିରୁ ଓଡିଶାର ୬୩ହଜାର ୬୪୦ ସ୍କୁଲର ୫୪ଲକ୍ଷ ୧୨ହଜାର ଛାତ୍ରଛାତ୍ରୀ ଅଛନ୍ତି।

ଓଡିଶାରେ ପ୍ରାଥମିକ ସ୍କୁଲ ସ୍ତରରେ ଦିନକୁ ପ୍ରତି ପିଲା ପିଛା ୪ଟଙ୍କ। ୨୧ ପଇସା ଓ ଅପର ପ୍ରାଇମେରୀ ପିଲାଙ୍କ ପାଇଁ ୬ ଟଙ୍କ। ୨୯ ପଇସା ଖର୍ଚ୍ଚ ହେଉଛି।

Related story