ରାଜପଥରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ ପ୍ରୟାସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ପାଇଁ ସକ୍ରିୟ ହୋଇ ଉଠିଛି ଖଲିସ୍ତାନୀ ଗ୍ରୁପ ଶିଖ୍‌ ଫର୍‌ ଜଷ୍ଟିସ୍‌ ବା ଏସଏଫଜେ । ଚାଷୀ ଆନ୍ଦୋଳନକୁ ଆୟୁଧ କରି ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଜାଗାରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ ଷଡ଼ଯନ୍ତ୍ର କରିଛି ଏହି ବେଆଇନ୍ ସଂଗଠନ। ଏକ ଭିଡିଓ ଜରିଆରେ ଏହି ସଂଗଠନ ବାର୍ତ୍ତା ଦେଇଛି କି ଯିଏ ଜାତୀୟ ପତାକା ସ୍ଥାନରେ ଖଲିସ୍ତାନୀ ପତାକା ଉଡ଼ାଇବ ତାକୁ ୨.୫ ଲକ୍ଷ ୟୁଏସ ଡଲାର ଆର୍ଥିକ […]

khalistan-group

Subhransu Sekhar
  • Published: Wednesday, 13 January 2021
  • , Updated: 13 January 2021, 03:59 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ପାଇଁ ସକ୍ରିୟ ହୋଇ ଉଠିଛି ଖଲିସ୍ତାନୀ ଗ୍ରୁପ ଶିଖ୍‌ ଫର୍‌ ଜଷ୍ଟିସ୍‌ ବା ଏସଏଫଜେ । ଚାଷୀ ଆନ୍ଦୋଳନକୁ ଆୟୁଧ କରି ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଜାଗାରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ ଷଡ଼ଯନ୍ତ୍ର କରିଛି ଏହି ବେଆଇନ୍ ସଂଗଠନ। ଏକ ଭିଡିଓ ଜରିଆରେ ଏହି ସଂଗଠନ ବାର୍ତ୍ତା ଦେଇଛି କି ଯିଏ ଜାତୀୟ ପତାକା ସ୍ଥାନରେ ଖଲିସ୍ତାନୀ ପତାକା ଉଡ଼ାଇବ ତାକୁ ୨.୫ ଲକ୍ଷ ୟୁଏସ ଡଲାର ଆର୍ଥିକ ପୁରସ୍କାର ଦେବ।

୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଅନ୍ୟତମ ଅଭିଯୁକ୍ତ ଗୁରପତଓ୍ୱନ୍ତ ସିଂହ ପନ୍ନୁ ଭିଡିଓ ବାର୍ତ୍ତା ଜରିଆରେ ଏହି ସୂଚନା ଦେଇଛି। ଏମିତିକି ସୁରକ୍ଷା ପାଇଁ ବିଦେଶରେ ନାଗରିକ ବ୍ୟବସ୍ଥା କରାଇଦେବ ବୋଲି ଗୁରପତଓ୍ୱନ୍ତ ସିଂହ କହିଛି। ଏହି ଖଲିସ୍ତାନୀ ସଂଗଠନ ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଦ୍ୱାରା ଟ୍ରାକ୍ଟର ରାଲି କରାଉଥିବା ମଧ୍ୟ ଅଭିଯୋଗ ରହିଛି।

Related story