ଆଜିଠୁ ହରିଆଣାରେ ମନୋହର ୨.୦ ସରକାର

ଚଣ୍ଡିଗଡ଼: ଆଜି ଦୀପାବଳି। ଏହି ଅବସରରେ ହରିଆଣାରେ ବିଜେପି ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ନୂଆ ସରକାରର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ହରିଆଣା ବିଜେପି ବିଧାୟକ ଦଳର ନେତା ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଥିବାବେଳେ ଜନନାୟକ ଜନତା ପାର୍ଟି (ଜେଜେପି)ର ମୁଖ୍ୟ ତଥା ବିଧାୟକ ଦଳର ନେତା […]

MANOHAR KHATTAR

Subhransu Sekhar
  • Published: Sunday, 27 October 2019
  • , Updated: 27 October 2019, 08:30 AM IST

ଚଣ୍ଡିଗଡ଼: ଆଜି ଦୀପାବଳି। ଏହି ଅବସରରେ ହରିଆଣାରେ ବିଜେପି ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ନୂଆ ସରକାରର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ହରିଆଣା ବିଜେପି ବିଧାୟକ ଦଳର ନେତା ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଥିବାବେଳେ ଜନନାୟକ ଜନତା ପାର୍ଟି (ଜେଜେପି)ର ମୁଖ୍ୟ ତଥା ବିଧାୟକ ଦଳର ନେତା ଦୁଷ୍ୟନ୍ତ ଚୌଟାଲା ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

ମନୋହରଙ୍କ ପ୍ରଥମ ସରକାରରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେମାନେ ହେଲେ ଅନୀଲ ବିଜ୍ ଏବଂ ବନବାରୀ ଲାଲ୍। ବରିଷ୍ଠତା ଦୃଷ୍ଟିରୁ ଏହି ଦୁଇ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ସେହିପରି ଜେଜେପିରୁ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨ ଜଣ କ୍ୟାବିନେଟ ଏବଂ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀ ପଦବୀ ପାଇବେ ବୋଲି ବିଜେପି ମେଣ୍ଟ ହେବା ବେଳେ ଘୋଷଣା କରିସାରିଛି। ସେହିପରି ବିଜେପିକୁ ସରକାର ଗଢ଼ିବା ପାଇଁ ପ୍ରଥମେ ସମର୍ଥନ ଦେଇଥିବା ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ଅନେକ ମନ୍ତ୍ରୀ ହେବେ ବୋଲି ସୂଚନା ରହିଛି।

ଏହି ଶପଥ ଉତ୍ସବରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ନିର୍ବାଚନ ଫଳାଫଳ ପରେ ଜେଜେପିକୁ ବିଜେପି ସହ ମେଣ୍ଟ କରିବା ପାଇଁ ପ୍ରକାଶ ସିଂହ ବାଦଲ ହିଁ ପ୍ରବର୍ତ୍ତାଇ ଥିଲେ। ପ୍ରକାଶ ସିଂହଙ୍କ ଦଳ ଶିରୋମଣୀ ଅକାଳୀ ଦଳ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ସାମିଲ୍ ଅଛି।

ହରିଆଣାର ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟିରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟାନ୍ୟ ୯ଟି ଆସନ ଜିତିଛନ୍ତି।

Related story