ଜାଣିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଦୈନିକ ଖାଦ୍ୟ ରୁଚି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବକ୍ତା ବୋଲି ସମସ୍ତେ ଜାଣନ୍ତି। ଏହାସହିତ ସେ ସାରା ଦିନ ସତେଜ ରୁହନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ମଧ୍ୟ ଥକି ପଡ଼ନ୍ତି ନାହିଁ। ଆଉ ଏହା ପଛର କାରଣ ହେଉଛି ତାଙ୍କର ସନ୍ତୁଳିତ ଆହାର। ଖାଦ୍ୟକୁ ନେଇ ସେ ଭାରି ଯତ୍ନବାନ। ଆପଣମାନେ ଯଦି ଭାବୁଥିବେ ରାଲିରେ ଯୋଗ ଦେବା ପାଇଁ ସେ ଅଧିକ ଖାଉଥିବେ ଅବା ବାରମ୍ବାର ଜୁସ୍‌ ପିଉଥିବେ, ତା’ହେଲେ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 11:31 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବକ୍ତା ବୋଲି ସମସ୍ତେ ଜାଣନ୍ତି। ଏହାସହିତ ସେ ସାରା ଦିନ ସତେଜ ରୁହନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ମଧ୍ୟ ଥକି ପଡ଼ନ୍ତି ନାହିଁ। ଆଉ ଏହା ପଛର କାରଣ ହେଉଛି ତାଙ୍କର ସନ୍ତୁଳିତ ଆହାର। ଖାଦ୍ୟକୁ ନେଇ ସେ ଭାରି ଯତ୍ନବାନ। ଆପଣମାନେ ଯଦି ଭାବୁଥିବେ ରାଲିରେ ଯୋଗ ଦେବା ପାଇଁ ସେ ଅଧିକ ଖାଉଥିବେ ଅବା ବାରମ୍ବାର ଜୁସ୍‌ ପିଉଥିବେ, ତା’ହେଲେ ତାହା ଭୁଲ। ମୋଦି ଏପରି କିଛି କରନ୍ତି ନାହିଁ।

ରାତିରେ ବିଳମ୍ୱରେ ଶୋଇଲେ ମଧ୍ୟ ସେ ଭୋର ୫ଟାରେ ବିଛଣା ଛାଡ଼ନ୍ତି। ଏହାପରେ ସେ ଏକ ଘଣ୍ଟା ଯୋଗ କରନ୍ତି। ମୋଦି ଶାକାହାରୀ। ଗୁଜରାଟୀ ରୁଟି ଓ ଡାଲି ଖେଚୁଡ଼ି ହେଉଛି ତାଙ୍କର ଫେଭରାଇଟ୍‌। ସେ ସବୁବେଳେ ହାଲକା ଫୁଲ୍‌କା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସେ ପୋହା, ଇଡ଼ଲି ଓ ଦୋସା ଖାଇବାକୁ ଭଲ ପାଆନ୍ତି। ନବରାତ୍ର ସମୟରେ ସେ ପୂରା ୯ ଦିନ ବ୍ରତ ରଖନ୍ତି ଏବଂ ଦିନରେ କେବଳ ଗୋଟିଏ ଫଳ ଖାଆନ୍ତି।

ମୋଦି ତାଙ୍କ ଦିନ ଭୋଜନରେ ଭାତ, ଡାଲି, ପରିବା ତରକାରୀ ଓ ଦହି ଖାଆନ୍ତି।

ମୋଦି ଭାଷଣ ଦେବା ସମୟରେ ଉଚ୍ଚ ସ୍ୱରରେ କହିଥାନ୍ତି। ସେଥିପାଇଁ ସେ ତାଙ୍କ ଗଳା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଗଳାକୁ ସବୁବେଳେ ଠିକ୍ ରଖିବା ପାଇଁ ସେ ଉଷୁମ ପାଣି ପିଅନ୍ତି।

 

Related story