ଏମିତି ଥିଲେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ:ଡାକ୍ତରଖାନାରେ ସେବା କରୁଥିଲେ, ସାଙ୍ଗଙ୍କ ପାଇଁ ରିକ୍ସା ଚଲେଇଥିଲେ

ଶିମଲା: ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୟରାମ ଠାକୁର। ତାଙ୍କୁ ଛାଡ଼ି ଆହୁରି ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ। କଲେଜରେ ପଢ଼ିବା ବେଳୁ ଅସୁବିଧା ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଜୟରାମଙ୍କ ଏକ ଅଭ୍ୟାସ। ତେଣୁ ସେବା ମନୋବୃତ୍ତି ନେଇ ସେ ରାଜ୍ୟର ବିକାଶ କାର୍ଯ୍ୟକୁ […]

RAJA

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 02:25 PM IST

ଶିମଲା: ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୟରାମ ଠାକୁର। ତାଙ୍କୁ ଛାଡ଼ି ଆହୁରି ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ। କଲେଜରେ ପଢ଼ିବା ବେଳୁ ଅସୁବିଧା ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଜୟରାମଙ୍କ ଏକ ଅଭ୍ୟାସ। ତେଣୁ ସେବା ମନୋବୃତ୍ତି ନେଇ ସେ ରାଜ୍ୟର ବିକାଶ କାର୍ଯ୍ୟକୁ ଆଗେଇ ନେବେ ବୋଲି ଆଶା କରାଯାଉଛି।

ଡାକ୍ତରଖାନାରେ କ’ଣ କରନ୍ତି?

ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ମଣ୍ଡିରେ ରହୁଥିବା ତାଙ୍କର ଅତି ଘନିଷ୍ଠ ପାଞ୍ଚ ଜଣ ସାଙ୍ଗ ତାଙ୍କର ସେହି ସେବା ମନୋବୃତ୍ତିକୁ ମନେ ପକାଇଛନ୍ତି। ସେମାନେ କହିଛନ୍ତି, ଡାକ୍ତରଖାନାରେ କେମିତି ଜୟରାମ ରୋଗୀମାନଙ୍କ ସେବା କରୁଥିଲେ। ତାଙ୍କର ଦୁଇ ସାଙ୍ଗ କରମଜୀତ ସିଂହ ମଲହୋତ୍ରା ଓ ଗୁରସେବ ମଲହୋତ୍ରା କହିଛନ୍ତି, ଜୟରାମ ମଣ୍ଡି କଲେଜରେ ପଢୁଥିଲେ। କ୍ଲାସ ଶେଷ ହୋଇଯିବା ପରେ ସେ ମଣ୍ଡି ଜୋନାଲ୍ ହସ୍‌ପିଟାଲ୍‌ରେ ଯାଇ ପହଞ୍ଚି ଯାଉଥିଲେ। ଅପରାହ୍ନ ୩ଟାରେ ଡାକ୍ତର ରାଉଣ୍ଡ ମାରିବାକୁ ଯାଉଥିଲେ। ସେତେବେଳେ ସେ ଡାକ୍ତରଙ୍କ ପଛେ ପଛେ ଯାଉଥିଲେ। ଡାକ୍ତରଖାନାକୁ ବହୁ ଅଶିକ୍ଷିତ ଲୋକ ଆସୁଥିଲେ। ଡାକ୍ତର ଯାହା କହୁଥିଲେ ସେମାନେ ବୁଝିପାରୁ ନଥିଲେ। ଜୟରାମ ସେମାନଙ୍କୁ ବୁଝାନ୍ତି କ’ଣ କରିବାକୁ ହେବ।

କାହିଁକି ଚଲାଇଥିଲେ ରିକ୍ସା?

୧୯୮୭-୮୮ ମସିହାରେ ଜୟରାମ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ଶେଷ କରିଥିଲେ। ବିଶ୍ୱବିଦ୍ୟାଳୟ ବେଳର ଏକ ସ୍ମୃତିକୁ ମନେ ପକାଇ କରମଜିତ ସିଂହ କହିଛନ୍ତି ଯେ ଥରେ ଆମେ ୫ ଜଣ ସାଙ୍ଗ ତେଜାବ ଫିଲ୍ମ ଦେଖିବାକୁ ହଲ୍‌କୁ ଯାଇଥିଲୁ। ଫେରିବା ବେଳେ ରିକ୍ସାବାଲା ଆମ ସମସ୍ତଙ୍କୁ ଏକାଠି ରିକ୍ସାରେ ବସାଇବାକୁ ମନା କଲେ। ସେହି ସମୟରେ ଜୟରାମ ଆଗକୁ ଆସିଥିଲେ ଓ କହିଥିଲେ ସେ ନିଜେ ରିକ୍ସା ଟାଣିବେ। ରିକ୍ସାବାଲା ଆମ ସହିତ ବସିଲା ଓ ସେ ରିକ୍ସା ଟାଣିଲେ। ପରେ ସେ ରିକ୍ସା ବାଲାକୁ ପଇସା ମଧ୍ୟ ଦେଇଥିଲେ।

ଜୟରାମଙ୍କ ଅନ୍ୟ ତିନି ଘନିଷ୍ଠ ସାଙ୍ଗ ହେଉଛନ୍ତି ସଞ୍ଜୟ ଆହୁଜା, ଅଶ୍ୱୀନ କୁମାର ଓ ଦିନେଶ କୁଅଁର।

Related story