ବଦଳିଲେ କୋଲକାତା ପୁଲିସ୍ କମିଶନର ରାଜୀବ କୁମାର!

କୋଲକାତା: ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଶେଷରେ ସରକାର ବଦଳି କରିଛନ୍ତି। ତାଙ୍କୁ ରାଜ୍ୟର ସିଆଇଡି ବିଭାଗକୁ ପଠାଯାଇଛି। ତାଙ୍କ ବଦଳରେ ଅନୂଜ ଶର୍ମାଙ୍କୁ କୋଲକାତା ପୁଲିସ୍‌ କମିଶନର ଭାବେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ ରାଜୀବ କୁମାରଙ୍କୁ ସିଆଇଡିର ଏଡିଜି ଦାୟିତ୍ୱ ଦିଆଯାଇଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସାରଦା ଚିଟ୍‌ଫଣ୍ଡ ଘଟଣାରେ ସିବିଆଇ ଶ୍ରୀ କୁମାରଙ୍କୁ […]

ra

Hemant Lenka
  • Published: Monday, 18 February 2019
  • , Updated: 18 February 2019, 10:02 PM IST

କୋଲକାତା: ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଶେଷରେ ସରକାର ବଦଳି କରିଛନ୍ତି। ତାଙ୍କୁ ରାଜ୍ୟର ସିଆଇଡି ବିଭାଗକୁ ପଠାଯାଇଛି। ତାଙ୍କ ବଦଳରେ ଅନୂଜ ଶର୍ମାଙ୍କୁ କୋଲକାତା ପୁଲିସ୍‌ କମିଶନର ଭାବେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ ରାଜୀବ କୁମାରଙ୍କୁ ସିଆଇଡିର ଏଡିଜି ଦାୟିତ୍ୱ ଦିଆଯାଇଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ।

ସାରଦା ଚିଟ୍‌ଫଣ୍ଡ ଘଟଣାରେ ସିବିଆଇ ଶ୍ରୀ କୁମାରଙ୍କୁ ଜେରା କରିଥିଲା। ଏହାପରେ ସାରା ଦେଶରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ସାରଦା ଚିଟ୍‌ଫଣ୍ଡ ଘଟଣାରେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିଛି।

Related story