କୋଲକାତା ଫ୍ଲାଇଓଭର୍ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ୩ ଜଣଙ୍କ ବିରୋଧରେ ମାମଲା

କୋଲକାତା: ଗୁରୁବାର କୋଲକାତାରେ ନିର୍ମାଣାଧୀନ ଫ୍ଲାଇଓଭର୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୮୦ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫ୍ଲାଇଓଭର୍ ତଳେ ଏବେ ବି ୧୫୦ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୧୦ଟି ଟିମ୍‌, ସେନାର ଯବାନଙ୍କ ସହ ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। […]

kolkata

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 10:32 AM IST

କୋଲକାତା: ଗୁରୁବାର କୋଲକାତାରେ ନିର୍ମାଣାଧୀନ ଫ୍ଲାଇଓଭର୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୮୦ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫ୍ଲାଇଓଭର୍ ତଳେ ଏବେ ବି ୧୫୦ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୧୦ଟି ଟିମ୍‌, ସେନାର ଯବାନଙ୍କ ସହ ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଏନ୍‌ଡିଆର୍‌ଏଫ୍‌ର ଡିଆଇଜି କହିଛନ୍ତି, “ଉଦ୍ଧାର କାର୍ଯ୍ୟ ରାତି ସାରା ଚାଲିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଏବେ ବି ଭୁଶୁଡି ପଡ଼ିଥିବା ଫ୍ଲାଇଓଭର୍ ହଟାଇବା କାମ ଜାରି ରହିଛି। ଫ୍ଲାଇଓଭର୍ ତଳେ ଚାପି ହୋଇଥିବା ଲୋକଙ୍କ ବଞ୍ଚିବା ଆଶଙ୍କା କମ୍ ରହିଛି।”

ଏହା ଭଗବାନଙ୍କ ଇଚ୍ଛା ବୋଲି କହି ଫ୍ଲାଇଓଭର୍ ନିର୍ମାଣ କରୁଥିବା ଆଇଭିଆର୍‌ସିଏଲ୍‌ କମ୍ପାନୀର ଜଣେ ଅଧିକାରୀ ବିବାଦ ମଧ୍ୟକୁ ଆସିଛନ୍ତି। ଏଥିପାଇଁ ତାଙ୍କୁ ଓ କମ୍ପାନୀଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡୁଛି। ଫ୍ଲାଇଓଭର ଭାଙ୍ଗିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣଙ୍କ କହିଥିଲେ, “ଆମେ ୨୭ ବର୍ଷ ହେଲା ଏହି କାମରେ ଅଛୁ। କେବେ ବି ଏମିତି ଘଟଣା ଘଟି ନ ଥିଲା। ଏହା ଭଗବାନଙ୍କ ଇଚ୍ଛାରେ ହୋଇଛି।”

Related story