ଓଲି ଦେଖାଇଲେ ନାଲି ଆଖି, କହିଲେ-ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁନି

କାଠମୁଣ୍ଡୁ: ପୁଣି ଥରେ ଭାରତକୁ ଟାର୍ଗେଟ କଲେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ  କେ.ପି ଶର୍ମା ଓଲି। ଦେଖାଇଲେ ନାଲି ଆଖି । ନିର୍ବାଚନୀ ପ୍ରଚାର ବେଳେ କହିଲେ ଗାଦିକୁ ଫେରିଲେ ଭାରତ ଅଧିଗ୍ରହଣ କରିଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଦେଶକୁ ଫେରିବ । ଆମେ ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁ ନାହିଁ। ପଶ୍ଚିମ ନେପାଳ ନିକଟବର୍ତ୍ତୀ ଭାରତ ସୀମାବର୍ତ୍ତୀ ଧାରଚୁଲା ଜିଲ୍ଲାରେ ନିଜ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର କରୁଥିବା ବେଳେ ଅଲ୍ଲୀ କହିଲେ, ଆମେ […]

oli

  • Published: Saturday, 05 November 2022
  • , Updated: 05 November 2022, 11:40 AM IST

କାଠମୁଣ୍ଡୁ: ପୁଣି ଥରେ ଭାରତକୁ ଟାର୍ଗେଟ କଲେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ  କେ.ପି ଶର୍ମା ଓଲି। ଦେଖାଇଲେ ନାଲି ଆଖି । ନିର୍ବାଚନୀ ପ୍ରଚାର ବେଳେ କହିଲେ ଗାଦିକୁ ଫେରିଲେ ଭାରତ ଅଧିଗ୍ରହଣ କରିଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଦେଶକୁ ଫେରିବ । ଆମେ ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁ ନାହିଁ।

ପଶ୍ଚିମ ନେପାଳ ନିକଟବର୍ତ୍ତୀ ଭାରତ ସୀମାବର୍ତ୍ତୀ ଧାରଚୁଲା ଜିଲ୍ଲାରେ ନିଜ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର କରୁଥିବା ବେଳେ ଅଲ୍ଲୀ କହିଲେ, ଆମେ  କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ଫେରାଇ ଆଣି ଦେଶରେ ମିଶାଇବୁ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ଆମ ଦଳ ଫେରିଲେ ଉକ୍ତ ଅଞ୍ଚଳ ସବୁ ପୁଣି ଥରେ ଦେଶକୁ ଫେରିବ ।

ନେପାଳ କଂଗ୍ରେସ ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା କହିଛନ୍ତି, କୁଟନୈତିକ ନୀତି ଆଧାରରେ କବଜା ହୋଇଥିବା ନେପାଳର ଅଞ୍ଚଳକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ରାଷ୍ଟ୍ରୀୟ ଅଖଣ୍ଡତାକୁ ନିର୍ବାଚନୀ ଏଜେଣ୍ଡାରେ ସାମିଲ ନ କରିବାକୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ବାବୁରାମ ଭଟ୍ଟାରାଇ  ମଧ୍ୟ ଓଲିଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ ଗତ ୨୦୨୦ ୮ ମେ’ରେ ଉତ୍ତରାଖଣ୍ଡର ଲିପୁଲେଖ ସହ ଧାରଚୁଲାର ସଂଯୋଗ କରିବା ନିମନ୍ତେ ସଡ଼କ ପଥ କାର୍ଯ୍ୟକ୍ଷମ ହେଲା। ଏହାପରେ ୨ ଦେଶ ମଧ୍ୟରେ ସମ୍ବନ୍ଧରେ ତିକ୍ତତା ଆସିଲା। ସେତେବେଳେ ଓଲି ନେପାଳ ପ୍ରଧାନମନ୍ତ୍ରୀ ଥିଲେ। ଏହି ରାସ୍ତା ନେପାଳକୁ ଛୁଇଁକରି ଯାଉଥିବାରୁ ନେପାଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

କିଛି ଦିନ ପରେ ନେପାଳ ପକ୍ଷରୁ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜ ମାନଚିତ୍ରରେ ସ୍ଥାନ ଦିଆଗଲା। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା। ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ପୁଣି ଥରେ ଭାରତ-ନେପାଳ ସମ୍ପର୍କରେ ସୁଧାର ଆସିଲା। ହେଲେ ଏବେ ପୁଣି ଥରେ ଓଲି ପୁରୁଣା ପ୍ରସଙ୍ଗକୁ ଉଠାଇ ୨ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି।

Related story