କୁଳଭୂଷଣଙ୍କ ପତ୍ନୀଙ୍କ ବେକରୁ ଖୋଲିଦେଲେ ମଙ୍ଗଳସୂତ୍ର, ପୋଛିଦେଲେ ସିନ୍ଦୁର, ଆଉ ଫେରାଇଲେନି...

ନୂଆଦିଲ୍ଲୀ: ପୂର୍ବ ନିଷ୍ପତ୍ତି ମୁତାବକ କରାଚିର ଏକ ଜେଲ୍‌ରେ ବନ୍ଦି ଥିବା କୁଲଭୂଷଣ ଯାଦବଙ୍କୁ ସୋମାବାର ଭେଟିଛନ୍ତି ତାଙ୍କ ମା’ ଅବନ୍ତୀ ଓ ପତ୍ନୀ ଚେତାନ୍‌କୁଲ୍‌। ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗରେ କୁଳଭୂଷଣଙ୍କୁ ପାକିସ୍ତାନ ଏଭଳି ବନ୍ଦି କରିଥିବା ବେଳେ ନିକଟରେ ପରିବାର ସଦସ୍ୟ ତାଙ୍କୁ ଭେଟିପାରିବେ ବୋଲି ଭାରତ ସରକାରଙ୍କ ଜରିଆରେ କଥାବାର୍ତ୍ତା ହୋଇଥିଲା। ଦ୍ୱୀପାକ୍ଷିକ ବାର୍ତ୍ତ ଅନୁଯାଇ ଭେଟ ହୋଇଛି ସତ ହେଲେ ଏଥିପାଇଁ ଅନେକ କଷ୍ଟ ଉଠାଇବାକୁ ପଡିଛି କୁଳଭୂଷଣଙ୍କ ମା’ […]

Kulvusan image

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 05:52 PM IST

ନୂଆଦିଲ୍ଲୀ: ପୂର୍ବ ନିଷ୍ପତ୍ତି ମୁତାବକ କରାଚିର ଏକ ଜେଲ୍‌ରେ ବନ୍ଦି ଥିବା କୁଲଭୂଷଣ ଯାଦବଙ୍କୁ ସୋମାବାର ଭେଟିଛନ୍ତି ତାଙ୍କ ମା’ ଅବନ୍ତୀ ଓ ପତ୍ନୀ ଚେତାନ୍‌କୁଲ୍‌। ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗରେ କୁଳଭୂଷଣଙ୍କୁ ପାକିସ୍ତାନ ଏଭଳି ବନ୍ଦି କରିଥିବା ବେଳେ ନିକଟରେ ପରିବାର ସଦସ୍ୟ ତାଙ୍କୁ ଭେଟିପାରିବେ ବୋଲି ଭାରତ ସରକାରଙ୍କ ଜରିଆରେ କଥାବାର୍ତ୍ତା ହୋଇଥିଲା। ଦ୍ୱୀପାକ୍ଷିକ ବାର୍ତ୍ତ ଅନୁଯାଇ ଭେଟ ହୋଇଛି ସତ ହେଲେ ଏଥିପାଇଁ ଅନେକ କଷ୍ଟ ଉଠାଇବାକୁ ପଡିଛି କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ।

ଗତକାଲି ଏହି ୨ ଭାରତୀୟ ମହିଳା ପାରମ୍ପରିକ ବେଶ ପୋଷାକରେ କରାଚି ପହଞ୍ଚିଥିବା ବେଳେ ସେମାନଙ୍କୁ ନିର୍ଯାତନା  ଦେଇଛି ପାକିସ୍ତାନ। ଭାରତୀୟ ମହିଳାଙ୍କ ସୁହାଗ ସିନ୍ଦୁର ଓ ମଙ୍ଗଳସୂତ୍ର ଉତାରିବାକୁ କହି ସଂସ୍କୃତିକ ସମ୍ୱେଦନଶୀଳତାକୁ ଗୋଇଠା ମାରାଯାଇଛି। ସୁରକ୍ଷା ଆଳରେ ଏଭଳି ବର୍ବରୋଚିତ ଆଚରଣ କରାଯାଇଛି। ଖାଲି ବେଶ ବଦଳାଇ ଭେଟିବାକୁ ଦିଆଯାଇଛି ତା ନୁହେଁ ବରଂ ଜେଲ୍‌ରୁ ଫେରିବା ବେଳେ କୁଳଭୂଷଣଙ୍କ ପତ୍ନୀ ତାଙ୍କ ଚପଲ ହଲକ ଛାଡି ଖାଲି ପାଦରେ ଯିବାକୁ କୁହାଯାଇଥିଲା ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ନିଜ ପୁଅକୁ ଭେଟିବାକୁ ଆସିଥିବା ବେଳେ ଅନେକ ମାନସିକ ଚାପରେ ରହିଥିଲେ କୁଳଭୂଷଣଙ୍କ ମା’। ଦୁହେଁ ନିଜ ମାତୃଭାଷା ମରାଠୀରେ କୌଣସି ବାର୍ତ୍ତାଳାପ କରିପାରିବେ ନାହିଁ ବୋଲି କୁହାଯାଇଥିବାରୁ ଏହାକୁ ବର୍ବରତା ନୁହେଁ ତ ଆଉ କ’ଣ କୁହାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦୀର୍ଘଦିନ ପରେ ନିଜ ଆତ୍ମୀୟଙ୍କୁ ଭେଟ କରିବାକୁ ଯାଇଥିଲେ ହେଁ ମୁହାଁମୁହିଁ ନୁହେଁ ଇଣ୍ଟରକମ୍‌ ମାଧ୍ୟମରେ ଏକ କାଚ ପାଚେରୀରେ କଥା ହେବାକୁ ସୁଯୋଗ ଦିଆଯିବା ମାନିବିକ ଅଧିକାରରର ଉଲଙ୍ଘନ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କହିଛନ୍ତି ରଭିସ୍‌ କୁମାର।

Related story