ନରମିଲା ପାକିସ୍ତାନ: କୁଳଭୂଷଣଙ୍କୁ ଭେଟିପାରିବେ ତାଙ୍କ ପତ୍ନୀ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଫିସର କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ମାନବିକତା ଦେଖାଇଛି। ପାକିସ୍ତାନ ସରକାର କୁଳଭୂଷଣଙ୍କୁ ଦେଖାକରିବାକୁ ତାଙ୍କ ପତ୍ନୀଙ୍କୁ ଅନୁମତି ଦେଇଛି। ଏନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି,“ମାନବିକତା ଦୃଷ୍ଟିରୁ କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ଦେଖା କରିପାରିବେ। ପାକିସ୍ତାନ ଆସି ସେ କୁଳଭୂଷଣଙ୍କୁ ଭେଟି ପାରିବେ। ଏନେଇ ଆସନ୍ତା ଶୁକ୍ରବାର ଭାରତୀୟ ହାଇକମିଶନଙ୍କୁ ଚିଠି କରାଯିବ।” ସୂଚନାଯୋଗ୍ୟ, ଅକ୍ଟୋବରରେ ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ ମହମ୍ମଦ ଏବଂ ବୈଦେଶିକ ମନ୍ତ୍ରୀ […]

kulabhusana

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 10:32 AM IST

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଫିସର କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ମାନବିକତା ଦେଖାଇଛି। ପାକିସ୍ତାନ ସରକାର କୁଳଭୂଷଣଙ୍କୁ ଦେଖାକରିବାକୁ ତାଙ୍କ ପତ୍ନୀଙ୍କୁ ଅନୁମତି ଦେଇଛି। ଏନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି,“ମାନବିକତା ଦୃଷ୍ଟିରୁ କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ଦେଖା କରିପାରିବେ। ପାକିସ୍ତାନ ଆସି ସେ କୁଳଭୂଷଣଙ୍କୁ ଭେଟି ପାରିବେ। ଏନେଇ ଆସନ୍ତା ଶୁକ୍ରବାର ଭାରତୀୟ ହାଇକମିଶନଙ୍କୁ ଚିଠି କରାଯିବ।”

ସୂଚନାଯୋଗ୍ୟ, ଅକ୍ଟୋବରରେ ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ ମହମ୍ମଦ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହାପରେ ଗଣମାଧ୍ୟମରେ ଖବର ଆସିଥିଲା ଯେ ଏଥିରେ କୁଳଭୂଷଣଙ୍କ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ କୁହାଯାଇଥିଲା, ଦ୍ୱିପାକ୍ଷିକ ସମ୍ପର୍କ ଆଗକୁ ବଢ଼ାଇବାକୁ ହେଲେ କୁଳଭୂଷଣ ଯାଦବଙ୍କ ବିରୋଧରେ ଥିବା ସବୁ ମାମଲାକୁ ଶେଷ କରି ଶୀଘ୍ର ତାଙ୍କୁ ଭାରତ ପଠାଇବାକୁ ସୁଷମା ସୋହେଲଙ୍କୁ କହିଥିଲେ। ହେଲେ ଏପରି ଖବର କେବଳ କଳ୍ପନା ମାତ୍ର ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା।

Related story