କୁଳଭୂଷଣଙ୍କୁ ଖ୍ରୀଷ୍ଟମାସ ଭେଟି, ୨୫ ଡିସେମ୍ବରରେ ପାକିସ୍ତାନ ଯାଇପାରନ୍ତି ମା’ ଓ ପତ୍ନୀ

ନୂଆଦିଲ୍ଲୀ: ପାକିସ୍ଥାନରେ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ କରାଚି ଜଲ୍‌ରେ ବନ୍ଦୀ ଜୀବନ ବିତାଉଥିବା କୁଳଭୂଷଣଣ ଯାଦବଙ୍କୁ କ୍ରିସ୍‌ମାସ୍‌ ଭେଟି ଦେବାକୁ ଯାଉଛି ପାକିସ୍ଥାନ। ପାକ୍‌ ସରକାର ଯାଦବଙ୍କ ପତ୍ନୀ ଓ ମା’ଙ୍କୁ ଭିସା ଦେବାକୁ ଯାଉଛନ୍ତି। ଏହି ଭିସା ବଳରେ ଚଳିତ ମାସ ୨୫ ତାରିଖରେ ମା’ ଓ ପତ୍ନୀଙ୍କୁ ଭେଟିପାରନ୍ତି କୁଳଭୂଷଣ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ, ଯଦି କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ଯିବାକୁ ଅନୁମତି […]

download

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 04:30 PM IST

ନୂଆଦିଲ୍ଲୀ: ପାକିସ୍ଥାନରେ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ କରାଚି ଜଲ୍‌ରେ ବନ୍ଦୀ ଜୀବନ ବିତାଉଥିବା କୁଳଭୂଷଣଣ ଯାଦବଙ୍କୁ କ୍ରିସ୍‌ମାସ୍‌ ଭେଟି ଦେବାକୁ ଯାଉଛି ପାକିସ୍ଥାନ। ପାକ୍‌ ସରକାର ଯାଦବଙ୍କ ପତ୍ନୀ ଓ ମା’ଙ୍କୁ ଭିସା ଦେବାକୁ ଯାଉଛନ୍ତି। ଏହି ଭିସା ବଳରେ ଚଳିତ ମାସ ୨୫ ତାରିଖରେ ମା’ ଓ ପତ୍ନୀଙ୍କୁ ଭେଟିପାରନ୍ତି କୁଳଭୂଷଣ।

ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ, ଯଦି କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦିଆଯାଉଛି, ତେବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବା ଆବଶ୍ୟକ। ବିଦେଶ ମନ୍ତ୍ରୀ ଭି.କେ.ସିଂହ ଏହି ମନ୍ତବ୍ୟ ଦେଇଥିଲେ।

ସମ୍ପ୍ରତି ଭାରତ ପକ୍ଷରୁ ଉପରୋକ୍ତ ଖବର ଶୁଣିବା ପରେ  ଏ କଥା ମଧ୍ୟ କୁହାଯାଇଛି ଯେ, ଏହି ଦୁଇ ମହିଳାଙ୍କୁ ସୁରକ୍ଷା ଦେବା ଆଳରେ ଯେଭଳି କୌଣସି ପ୍ରଶ୍ନୋତ୍ତର କରା ନ ଯାଏ।

Related story