ଅସହିଷ୍ଣୁତା ଘଟଣା: କୁନ୍ଦନ ଶାହ, ସଇଦ୍ ମିର୍ଜାଙ୍କ ସମେତ ୨୪ ଫିଲ୍ମ ନିର୍ମାତା ଫେରାଇଲେ ରାଷ୍ଟ୍ରୀୟ ପୁରସ୍କାର

ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତା ଓ ସାଂପ୍ରଦାୟିକ ଘୃଣା ବଢୁଥିବା ଅଭିଯୋଗ କରି କୁନ୍ଦନ ଶାହ ଏବଂ ସଇଦ୍ ମିର୍ଜାଙ୍କ ସମେତ ୨୪ ଜଣ ବଲିଉଡର ଫିଲ୍ମ ନିର୍ମାତା ରାଷ୍ଟ୍ରୀୟ ପୁରସ୍କାର ଫେରାଇ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଭେଙ୍କୟା ନାଇଡୁ କହିଛନ୍ତି ଏହାଦ୍ୱାରା ଭାରତର ଛବି ଖରାପ ହେବାରେ ଲାଗିଛି। ଖୁବ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ। କୁନ୍ଦନ ଶାହ କହିଛନ୍ତି ଆଜିର ପରିସ୍ଥିତିରେ ନ୍ୟାସନାଲ୍ ଫିଲ୍ମ ପୁରସ୍କାର ଜିତିଥିବା ଫିଲ୍ମ ‘ଜାନେ ଭି ଦୋ ୟାର’ ଭଳି […]

awardd

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 04:19 PM IST

ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତା ଓ ସାଂପ୍ରଦାୟିକ ଘୃଣା ବଢୁଥିବା ଅଭିଯୋଗ କରି କୁନ୍ଦନ ଶାହ ଏବଂ ସଇଦ୍ ମିର୍ଜାଙ୍କ ସମେତ ୨୪ ଜଣ ବଲିଉଡର ଫିଲ୍ମ ନିର୍ମାତା ରାଷ୍ଟ୍ରୀୟ ପୁରସ୍କାର ଫେରାଇ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଭେଙ୍କୟା ନାଇଡୁ କହିଛନ୍ତି ଏହାଦ୍ୱାରା ଭାରତର ଛବି ଖରାପ ହେବାରେ ଲାଗିଛି। ଖୁବ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ। କୁନ୍ଦନ ଶାହ କହିଛନ୍ତି ଆଜିର ପରିସ୍ଥିତିରେ ନ୍ୟାସନାଲ୍ ଫିଲ୍ମ ପୁରସ୍କାର ଜିତିଥିବା ଫିଲ୍ମ ‘ଜାନେ ଭି ଦୋ ୟାର’ ଭଳି ଫିଲ୍ମ ନିର୍ମାଣ କରିବା କଷ୍ଟକର।  ଅସହିଷ୍ଣୁତାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ସାରା ଦେଶରେ ବ୍ୟାପ୍ତହେବା ପୂର୍ବରୁ ଏହାକୁ ରୋକାଯିବାକୁ ଉଦ୍ୟମ କରାଯିବା ଜରୁରୀ ହୋଇ ପଡିଛି ବୋଲି ସେ କହିଛନ୍ତି। ଏହା କଂଗ୍ରେସ ଓ ବିଜେପି କଥା ନୁହଁ । ଆମ ପାଇଁ ଦୁଇ ଦଳ ସମାନ। ମୋ ସିରିଏଲ ପୋଲିସ ଷ୍ଟେସନକୁ କଂଗ୍ରେସ ବନ୍ଦ କରିଥିଲା।

ସୂଚନାଯୋଗ୍ୟ,ଏହାପୂର୍ବରୁ ଦୀପାଙ୍କର ବନାର୍ଜି, ନିଷ୍ଠା ଜୈନ ତଥା ଆନନ୍ଦ ପଟ୍ଟବର୍ଦ୍ଧନ ସମେତ ୧୧ ଅନ୍ୟ ଫିଲ୍ମ ନିର୍ମାତା ନିଜ ପୁରସ୍କାର ଫେରାଇ ଦେଇଛନ୍ତି।

Related story