କୁର୍ସି ହରାଇବେ ସୁଷମା!

ନୂଆଦିଲ୍ଲୀ: ଲଳିତ ମୋଦି ପ୍ରସଙ୍ଗ ଉଠିବା ପରେ ବିଜେପିର ଛବି ଖରାପ ହୋଇଛି। ସରକାରଙ୍କ ପାରଦର୍ଶିତା ଉପରେ ଉଠିଛି ପ୍ରଶ୍ନ। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପକ୍ଷ ଦୁର୍ବଳ ପଡ଼ିବାରେ ଲାଗିଛି। ତାଙ୍କ ସ୍ୱାମୀ ବି କହିଛନ୍ତି ଯେ ସେ ୨୨ ବର୍ଷ ଧରି ଲଳିତ ମୋଦିଙ୍କର ଓକିଲାତି କରୁଥିଲେ। ତେଣୁ ଚିନ୍ତାରେ ପଡ଼ିଯାଇଛି ଦଳ। ଆଗକୁ ସଂସଦର ମୌସୁମୀ ଅଧିବେଶନ ଅଛି। ଏହା ପରେ ପରେ ପାଖେଇ ଆସିବ ବିହାର ବିଧାନସଭା ନିର୍ବାଚନ। […]

sushma swaraj

Rakesh Mallick
  • Published: Tuesday, 16 June 2015
  • , Updated: 16 June 2015, 04:49 AM IST

ନୂଆଦିଲ୍ଲୀ: ଲଳିତ ମୋଦି ପ୍ରସଙ୍ଗ ଉଠିବା ପରେ ବିଜେପିର ଛବି ଖରାପ ହୋଇଛି। ସରକାରଙ୍କ ପାରଦର୍ଶିତା ଉପରେ ଉଠିଛି ପ୍ରଶ୍ନ। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପକ୍ଷ ଦୁର୍ବଳ ପଡ଼ିବାରେ ଲାଗିଛି। ତାଙ୍କ ସ୍ୱାମୀ ବି କହିଛନ୍ତି ଯେ ସେ ୨୨ ବର୍ଷ ଧରି ଲଳିତ ମୋଦିଙ୍କର ଓକିଲାତି କରୁଥିଲେ। ତେଣୁ ଚିନ୍ତାରେ ପଡ଼ିଯାଇଛି ଦଳ। ଆଗକୁ ସଂସଦର ମୌସୁମୀ ଅଧିବେଶନ ଅଛି। ଏହା ପରେ ପରେ ପାଖେଇ ଆସିବ ବିହାର ବିଧାନସଭା ନିର୍ବାଚନ। ବିରୋଧୀ ଏହାକୁ ଏକ ବଡ଼ ପ୍ରସଙ୍ଗ କରି ସରକାରଙ୍କ ବିରୁଦ୍ଧରେ କହିବାକୁ ମଉକା ପାଇ ଯିବେ। ଏହାକୁ ଦୃଷ୍ଟିରେ ରଖି ଦଳ ଏଥିରେ କୌଣସି ବୁଝାମଣା କରିବାକୁ ଚାହୁଁନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ବଡ଼ ଫଇସଲା ନେଇ ପାରନ୍ତି ବୋଲି କୁହାଯାଉଛି। ବିଜେପିର ଜଣେ ବରିଷ୍ଠ ନେତା ଦେଇଛନ୍ତି ଏହି ସୂଚନା। ତେବେ ସୁଷମାଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ସେ ସିଧାସଳଖ କିଛି କହି ନାହାନ୍ତି।

ନାମ ପ୍ରକାଶ ନକରିବା ସର୍ତରେ ସେ କହିଛନ୍ତି, ଏହି ମାମଲାରେ ସରକାର ସଂପୂର୍ଣ୍ଣ ଭାବେ ସୁଷମାଙ୍କ ପଛରେ ଅଛନ୍ତି। ତେବେ ଲଗାତାର ଭାବେ ସୁଷମା ରଖିଥିବା ଯୁକ୍ତି ଦୁର୍ବଳ ହୋଇପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦାବେଳେ ସରକାରରେ ପାରଦର୍ଶିତାର କଥା କହି ଆସୁଛନ୍ତି। ଏହା ସହିତ ଲୋକସଭାରେ ସେ ଦୁର୍ନୀତି ପ୍ରସଙ୍ଗକୁ ସବୁବେଳେ ଜୋର ଦେଇ ଆସିଛନ୍ତି। ଏଭଳି ସ୍ଥିତିରେ ସେ କାହାକୁ ସୁରକ୍ଷା ଦେବା କଷ୍ଟକର ଲାଗୁଛି। ସେ କୌଣସି କଡ଼ା ନିଷ୍ପତ୍ତି ନେଇ ପାରନ୍ତି। ଏଥିପାଇଁ ସେ ବେଶ‌ ଜଣାଶୁଣା। ଏହିଭଳି ଆଭିମୁଖ୍ୟ ଯୋଗୁ ସେ କ୍ଷମତାକୁ ଆସିଛନ୍ତି।

ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ପକ୍ଷରୁ ଲଳିତ ମୋଦି ଓ ଅନ୍ୟ ଅଧିକାରୀମାନଙ୍କୁ ୧୭୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ନେଇ ନୋଟିସ‌ ପଠାଯିବା ଲାଗି ପ୍ରସ୍ତୁତି ଚାଲିଛି।

ଗତକାଲି ଲଳିତ ମୋଦିଙ୍କ ଓକିଲ ମୁମ୍ୱାଇରେ ଏକ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ ଯେ ଦେଶର କୌଣସି କୋର୍ଟ ଲଳିତଙ୍କୁ ଦୋଷୀ ବୋଲି କହିନାହାନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ତାଙ୍କୁ ବ୍ଲ୍ୟୁ କର୍ଣ୍ଣର ନୋଟିସ‌ ଜାରି କରାଯାଇନାହିଁ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଏହା କୌଣସି ବ୍ୟକ୍ତିଙ୍କୁ ବ୍ଲ୍ୟୁ କର୍ଣ୍ଣର ନୋଟିସ‌ ପଠାଏ ନାହିଁ। ଦେଶର ସମସ୍ତ ବିମାନ ବନ୍ଦରକୁ ବ୍ଲ୍ୟୁ କର୍ଣ୍ଣର ନୋଟିସ‌ ପଠାଯାଇଥିଲା।

Related story