ଫରିଦାବାଦ: ହରିଆଣାର ଫରିଦାବାଦ ଠାରେ ଏକ ଘରୋଇ ସ୍କୁଲରେ ନିଆଁ ଲାଗିଯିବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ତିନି ଜଣଙ୍କ ମଧ୍ୟରେ ମାଆ ଓ ଦୁଇ ଛୋଟ ପିଲା ଥିବା ଜଣାପଡ଼ିଛି। ଗତ ମାସରେ ଗୁଜରାଟ ସୁରତ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୨ ଛାତ୍ରାଛାତ୍ରୀଙ୍କ ମୃତ୍ୟୁ କଥା ମନରୁ ନଲିଭୁଣୁ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଫରିଦାବାଦ ଦୁବୁଅ କଲୋନୀରେ ଏହି ଘରୋଇ ଏଏନଡି କନଭେଣ୍ଟ ସ୍କୁଲଟି ରହିଛି। ସ୍କୁଲ କୋଠାର ତଳ ମହଲାରେ ଥିବା ଏକ କପଡ଼ା ଗୋଦାମ ଘରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମ୍ପୂର୍ଣ୍ଣ କୋଠାକୁ ବ୍ୟାପି ଯାଇଥିଲା ବୋଲି ଜଣାପଡ଼ିଛି।
Haryana: 3 people, including 2 children, at AND Convent School died after a fire broke out there&a cloth godown located below it in Dabua Colony of Faridabad, today. Police say, "Fire dept is here, situation now under control, we'll ascertain the cause of fire." pic.twitter.com/CKjX5u99kU
— ANI (@ANI) June 8, 2019
ମୃତକ ୩ ଜଣଙ୍କ ମଧ୍ୟରୁ ମହିଳା ଜଣଙ୍କ ସେହି ସ୍କୁଲରେ ପାଠ ପଢ଼ାନ୍ତି ବୋଲି ଜଣାପଡ଼ିଛି। ମୃତ ୨ ଛୋଟ ପିଲା ମଧ୍ୟ ମହିଳାଙ୍କର ସନ୍ତାନ ବୋଲି ଜଣାପଡ଼ିଛି। ନିଆଁରେ ପୋଡ଼ି ହେବା ପରେ ଗୁରୁତର ତିନି ଜଣଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲକୁ ନେଇ ଆସିଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ବେଳଙ୍କୁ ମାଆ ଓ ଦୁଇ ଛୋଟ ଛୁଆଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଜଣ ଆହତ ହୋଇଛନ୍ତି। ଗୁଜରାଟ ସୁରଟ ପରି ଏଠାରେ ମଧ୍ୟ ଦମକଳ ଟିମ୍ ପହଞ୍ଚିବାରେ ବିଳମ୍ୱ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।