ଲଳିତ ମୋଦି ଭିସା ମାମଲା: ସୁଷମା ସ୍ୱରାଜଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ ଫସିଥିବା ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ଲଲିତ ମୋଦିଙ୍କ ବ୍ରିଟିଶ୍ ଟ୍ରାଭେଲ୍ ଡକ୍ୟୁମେଣ୍ଟ ବିବାଦକୁ ନେଇ ଅଡୁଆରେ  ପଡିଛନ୍ତି  ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ । ମୋଦିଙ୍କୁ ଟ୍ରାଭେଲ ଡକ୍ୟୁମେଣ୍ଟ ଯୋଗାଇ ଦେବା ଲାଗି ଭାରତୀୟ ବଂଶୋଦ୍ଭବ ଲେବର ସାଂସଦ କିଥ୍ ଭାଜ୍ ସୁଷମାଙ୍କ ନାମ ନେଇ ବ୍ରିଟେନର ଗୃହବିଭାଗ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି। ଇଂଲଣ୍ଡରୁ ପ୍ରକାଶିତ ‘ସଣ୍ଡେ ଟାଇମ୍ସ’ରେ ଏ ନେଇ ଖବର ପ୍ରକାଶିତ ହେବା ପରେ […]

sushma

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 02:05 PM IST

ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ ଫସିଥିବା ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ଲଲିତ ମୋଦିଙ୍କ ବ୍ରିଟିଶ୍ ଟ୍ରାଭେଲ୍ ଡକ୍ୟୁମେଣ୍ଟ ବିବାଦକୁ ନେଇ ଅଡୁଆରେ  ପଡିଛନ୍ତି  ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ । ମୋଦିଙ୍କୁ ଟ୍ରାଭେଲ ଡକ୍ୟୁମେଣ୍ଟ ଯୋଗାଇ ଦେବା ଲାଗି ଭାରତୀୟ ବଂଶୋଦ୍ଭବ ଲେବର ସାଂସଦ କିଥ୍ ଭାଜ୍ ସୁଷମାଙ୍କ ନାମ ନେଇ ବ୍ରିଟେନର ଗୃହବିଭାଗ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି। ଇଂଲଣ୍ଡରୁ ପ୍ରକାଶିତ ‘ସଣ୍ଡେ ଟାଇମ୍ସ’ରେ ଏ ନେଇ ଖବର ପ୍ରକାଶିତ ହେବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକ  ସୁଷମାଙ୍କ ଇସ୍ତଫ। ଦାବି କରିଛନ୍ତି। ଅନ୍ୟପକ୍ଷରେ ଆଜି ସକାଳେ ସୁଷମା ସ୍ୱରାଜ ଟ୍ୱିଟ୍ କରି କହିଥିଲେ ଯେ ଲଳିତ ମୋଦିଙ୍କ ଭିସା ପାଇଁ ସେ ବ୍ରିଟିଶ ଅଧିକାରୀଙ୍କୁ ସୁପାରିଶ କରିଥିଲେ। ମାନବିକତା ଦୃଷ୍ଟିରୁ ସେ ଏଭଳି କରିଥିଲେ। କାରଣ ସେତେବେଳେ ଲଳିତ ମୋଦିଙ୍କ ପତ୍ନୀ କ୍ୟାନସରରେ ପୀଡିତ ଥିଲେ। ଆଉ ସେ ତାଙ୍କୁ ଇଂଲଣ୍ଡ ବାହାରେ ପର୍ତ୍ତୁଗାଲରେ ଚିକିତ୍ସା କରାଇବାକୁ ଚାହୁଁଥିଲେ। ସେହି ଦୃଷ୍ଟିରୁ ସେ ଲଳିତ ମୋଦିଙ୍କ ଟ୍ରାଭେଲ ଭିସା ପାଇଁ ସୁପାରିଶ କରିଥିଲେ।

ସୁଷମା ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟ ଆଲୋଚନା କରି ସ୍ପଷ୍ଟୀକରଣ ଦେଇଛନ୍ତି।

ବିଜେପି ପକ୍ଷରୁ ମଧ୍ୟ ସୁଷମାଙ୍କୁ ସମର୍ଥନ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ମାନବିକତା ଦୃଷ୍ଟିରୁ ସୁଷମା ଭିସା ନେଇ ଲଳିତ ମୋଦିଙ୍କୁ ସାହାଯ୍ୟ କରିଥିଲେ। ଏହା ସେ ନିଜେ ବି ସ୍ପଷ୍ଟ କରିସାରିଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରାନଯିବା ଉଚିତ। କାରଣ ଏଭଳି ରାଜନୀତିରୁ କୌଣସି ଫଳ ବାହାରିବାର ସମ୍ଭାବନା ନାହିଁ। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସୁଷମାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି। ସେ କହିଛନ୍ତି, ସୁଷମା ଯାହା କରିଛନ୍ତି ତାହା ପୂରାପୁରି ଠିକ୍। ସରକାର ତାଙ୍କ ପଛରେ ରହିଛନ୍ତି।

ଏହି ବିବାଦକୁ ଦୃଷ୍ଟିରେ ରଖି ସୁଷମା ସ୍ୱରାଜଙ୍କ ବାସ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

Related story