ଲଳିତ ମୋଦିଙ୍କୁ ଭିସା ଦେବା ଲାଗି ବ୍ରିଟେନ୍ ସରକାରଙ୍କୁ ଅନୁରୋଧ କରିନାହିଁ: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ଉପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁବାର ଲୋକସଭାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲଳିତ ମୋଦିକୁ ଭିସା ଦେବା ଲାଗି ବ୍ରିଟେନ୍ ସରକାରଙ୍କୁ ଅନୁରୋଧ କରିନାହିଁ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅସତ୍ୟ। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ମୁଁ ଚ୍ୟାଲେଞ୍ଚ କରୁଛି, ସେ ପ୍ରମାଣ ଦିଅନ୍ତୁ। ଯେଉଁଥିରେ ବ୍ରିଟେନ୍ ସରକାରଙ୍କୁ ସେ ଲଳିତ ମୋଦିଙ୍କୁ ଭିସା ଦେବା […]

-lalit-swaraj

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 08:48 AM IST

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ଉପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁବାର ଲୋକସଭାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲଳିତ ମୋଦିକୁ ଭିସା ଦେବା ଲାଗି ବ୍ରିଟେନ୍ ସରକାରଙ୍କୁ ଅନୁରୋଧ କରିନାହିଁ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅସତ୍ୟ। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ମୁଁ ଚ୍ୟାଲେଞ୍ଚ କରୁଛି, ସେ ପ୍ରମାଣ ଦିଅନ୍ତୁ। ଯେଉଁଥିରେ ବ୍ରିଟେନ୍ ସରକାରଙ୍କୁ ସେ ଲଳିତ ମୋଦିଙ୍କୁ ଭିସା ଦେବା ଲାଗି  ସଫେଇ ଦେଇଥିବା ପ୍ରମାଣିତ ହେଉଥିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି କ୍ୟାନସର ପୀଡିତା ମହିଳାଙ୍କୁ ସାହାଯ୍ୟ କରିବା ଅପରାଧ, ତେବେ ମୋର ଏହି ଅପରାଧ ପାଇଁ ଦେଶବାସୀଙ୍କ ସମ୍ମୁଖରେ ମୁଁ ଦୋଷକୁ ସ୍ୱୀକାର କରୁଛି। ଏଥିପାଇଁ ସଂସଦ ମୋତେ ଯେଉଁ ଦଣ୍ଡ ଦେବ ମୁଁ ଗ୍ରହଣ କରିବାକୁ ରାଜି ଅଛି। ମୋ ସ୍ଥାନରେ ସୋନିଆ ଗାନ୍ଧି ଥିଲେ ସେ କ’ଣ କ୍ୟାନସର ପୀଡିତାଙ୍କୁ ମରିବାକୁ ଛାଡି ଦେଇଥାନ୍ତେ ବୋଲି ସୁଷମା ପାଲଟା ପ୍ରଶ୍ନ କରିଛନ୍ତି। ସୁଷମାଙ୍କ ଏହି ବୟାନ ପରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିକ୍ରିୟା ରଖାଯାଇ କୁହାଯାଇଛି ଯେ, ମାନବିକତାର ଏକ ସୀମା ରହିଥାଏ।

Related story