ଲାଲୁଙ୍କ ବିସ୍ଫୋରକ ବୟାନ: କହିଲେ ନୀତୀଶଙ୍କ ନାଁରେ ହତ୍ୟା ମାମଲା ରହିଛି

ଭୁବନେଶ୍ୱର: ବିହାର ରାଜନୀତିରେ ହଟଚମଟ୍‌। ଶେଷରେ ବିଜେପିର ଗେମ୍‌ପ୍ଲାନ୍‌ ସାମ୍ନାରେ ମହାମେଣ୍ଟ ଧୂଳିସାତ। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନେଇ ଦୀର୍ଘଦିନ ଧରି ବିହାରରେ ଲାଗିରହିଥିବା ସମସ୍ୟା ଆଜି ଏକ ଭିନ୍ନ ରୁପ ନେଇଛି। ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ ହଠାତ୍‌ ଇସ୍ତଫା ଦେଇ ସାରା ଦେଶର ରାଜନୈତିକ ମାହଲକୁ ଗରମ କରିଦେଇଛନ୍ତି। କାରଣ ଦେଶରେ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳ ପକ୍ଷରୁ ନୀତିଶ କୁମାର ନେତୃତ୍ୱରେ ଆଗକୁ ବଢିବାକୁ ଯୋଜନା କରୁଥିବା ବେଳେ ଖୋଦ୍‌ ନୀତୀଶ […]

lalu-nitis

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 10:04 PM IST

ଭୁବନେଶ୍ୱର: ବିହାର ରାଜନୀତିରେ ହଟଚମଟ୍‌। ଶେଷରେ ବିଜେପିର ଗେମ୍‌ପ୍ଲାନ୍‌ ସାମ୍ନାରେ ମହାମେଣ୍ଟ ଧୂଳିସାତ। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନେଇ ଦୀର୍ଘଦିନ ଧରି ବିହାରରେ ଲାଗିରହିଥିବା ସମସ୍ୟା ଆଜି ଏକ ଭିନ୍ନ ରୁପ ନେଇଛି। ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ ହଠାତ୍‌ ଇସ୍ତଫା ଦେଇ ସାରା ଦେଶର ରାଜନୈତିକ ମାହଲକୁ ଗରମ କରିଦେଇଛନ୍ତି। କାରଣ ଦେଶରେ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳ ପକ୍ଷରୁ ନୀତିଶ କୁମାର ନେତୃତ୍ୱରେ ଆଗକୁ ବଢିବାକୁ ଯୋଜନା କରୁଥିବା ବେଳେ ଖୋଦ୍‌ ନୀତୀଶ ଏଭଳି ନିଷ୍ପତ୍ତି ନେଇ ମହାମେଣ୍ଟକୁ ମହା ଝଟ୍‌କା ଦେଇଛନ୍ତି। ନୀତୀଶ କୁମାରଙ୍କ ଇସ୍ତଫାର ଠିକ୍‌ ପରେ ପରେ ଲାଲୁ ପ୍ରସାଦ ବିସ୍ଫୋରକ ବୟାନ ଦେଇଛନ୍ତି। ଲାଲୁ କହିଛନ୍ତି ନୀତୀଶ କୁମାର ନାଁରେ ହତ୍ୟା ମାମଲା ରହିଛି ଫଳରେ ଏଥିରୁ ବଞ୍ଚିବା ପାଇଁ ବିଜେପି ସହ ହାତ ମିଳାବାକୁ ଯାଉଛନ୍ତି। ସେ ନୀତୀଶଙ୍କୁ ପ୍ରଶ୍ନକରିଛନ୍ତି ଯେ ନୀତୀଶଙ୍କ ନିଜ ନାଁରେ ହତ୍ୟା ମାମଲା ରହିଥିବା ବେଳେ ସେ କିପରି ତେଜସ୍ୱୀଙ୍କୁ ଇସ୍ତଫା ଦେବାକୁ କହୁଥିଲେ। ଅନ୍ୟପଟେ ଜେଡିୟୁ ଓ ବିଜେପି ମିଳିତ ଭାବେ ସରକାର ଗଢ଼ିବାପାଇଁ ଯାଉଥିବା ଚର୍ଚ୍ଚା ହେଉଛି। ଏନେଇ ବିହାରେ ବିଜେପି ବିଧାୟକ ଦଳର ଏକ  ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଜେପି ଖୁବଶୀର୍ଘ ଜେଡିୟୁକୁ ସମର୍ଥନ କରି ସରକାର ଗଢ଼ିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।

Related story