ଜେଲରେ ଲାଲୁ: ଟିଭି ମିଳିଲା ,କିନ୍ତୁ ଦେଖିବେ ଶୁଖିଲା କାର୍ଯ୍ୟକ୍ରମ

ପାଟଣା: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ବା ଦେଓଘର ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ  ଲାଲୁ ଯାଦବଙ୍କୁ ଶନିବାର ସିବିଆଇ କୋର୍ଟ ଦୋଷୀ ସ୍ୟାବସ୍ତ କରିଛନ୍ତି। ଦୋଷୀ ସ୍ୟାବ୍ୟସ୍ତ ହେବା ପରେ ତାଙ୍କୁ  ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ର ଉପର୍‌ ଡିଭିଜନ୍‌ ସେଲ୍‌ରେ ରଖା ଯାଇଛି। ଲାଲୁଙ୍କୁ କଏଦୀ ନମ୍ବର ୩୩୫୧ ମିଳିଛି। ଅନ୍ୟ କଏଦୀ ଅପେକ୍ଷା ଲାଲୁଙ୍କୁ ଜେଲରେ ଅଧିକ ଧ୍ୟାନ ଦିଆଯାଉଛି। ଲାଲୁଙ୍କ ପାଇଁ ଜେଲରେ ଅଲଗା କୋଠରୀର ବ୍ୟବସ୍ଥା […]

lalu-prasad-yadav_647_072715044117_072717011023

Rakesh Mallick
  • Published: Sunday, 24 December 2017
  • , Updated: 24 December 2017, 02:48 PM IST

ପାଟଣା: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ବା ଦେଓଘର ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ  ଲାଲୁ ଯାଦବଙ୍କୁ ଶନିବାର ସିବିଆଇ କୋର୍ଟ ଦୋଷୀ ସ୍ୟାବସ୍ତ କରିଛନ୍ତି। ଦୋଷୀ ସ୍ୟାବ୍ୟସ୍ତ ହେବା ପରେ ତାଙ୍କୁ  ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ର ଉପର୍‌ ଡିଭିଜନ୍‌ ସେଲ୍‌ରେ ରଖା ଯାଇଛି। ଲାଲୁଙ୍କୁ କଏଦୀ ନମ୍ବର ୩୩୫୧ ମିଳିଛି। ଅନ୍ୟ କଏଦୀ ଅପେକ୍ଷା ଲାଲୁଙ୍କୁ ଜେଲରେ ଅଧିକ ଧ୍ୟାନ ଦିଆଯାଉଛି। ଲାଲୁଙ୍କ ପାଇଁ ଜେଲରେ ଅଲଗା କୋଠରୀର ବ୍ୟବସ୍ଥା କରାଯାଇଛି। ସେ ଶୌଚ ହେବା ପାଇଁ ଆଟାଚ ଟଏଲେଟ୍‌ ଓ ବାଥରୁମ୍‌ର ବ୍ୟବସ୍ଥା କରାଯାଇଛି। ଲାଲୁ ଶୋଇବା ପାଇଁ  ଖଟର ବ୍ୟବସ୍ଥା କରାଯାଇଛି। ଖଟରେ ଗଦି ପଡ଼ିଛି ଓ ତକିଆ ମଧ୍ୟ ଦିଆଯାଇଛି।  ଲାଲୁଙ୍କୁ କାଳେ ଜେଲରେ ମଶା କାମୁଡିବ, ସେଥିପାଇଁ ମଶାଧୋପର ବ୍ୟବସ୍ଥା କରାଯାଇଛି।  ତାଙ୍କ କୋଠରୀରେ ଟେବୁଲ ଓ ଚୌକି ପଡ଼ିଛି। କୋଠରୀରେ ଏକ ଟିଭି ଲଗାଯାଇଛି। ଲାଲୁ ଦୋଷୀ ସ୍ୟାବସ୍ତ ହେବା  ପୂର୍ବରୁ ଜେଲ ପ୍ରଶାସନ ତାଙ୍କ  ପାଇଁ ଏସବୁ ବ୍ୟବସ୍ଥା କରି ରଖିଥିଲା।

ଲାଲୁଙ୍କ କୋଠରୀରେ ଟିଭି ଲାଗିଛି ସତ  କିନ୍ତୁ  ସେ କେବଳ ଦୂରଦର୍ଶନ ହିଁ ଦେଖିପାରିବେ।  ସେ ଅନ୍ୟ କୌଣସି ଚାନେଲ ଦେଖି ପାରିବେ ନାହିଁ।

ଜେଲରେ  ପ୍ରଥମ ରାତି  ଲାଲୁ କଷ୍ଟରେ କାଟିଥିଲେ। ରାତିସାରା ସେ ବିଚଳିତ ରହୁଥିଲେ। ସକାଳେ ଲାଲୁଙ୍କୁ ଚାହା  ଓ ବିସ୍କୁଟ  ଖାଇବାକୁ ଦିଆଯାଇଥିଲା।

 

 

 

Related story