ପାଟନା: ବର୍ତ୍ତମାନ ଜେଲ୍ରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ଯାଦବ ଦଳର ଛାତ୍ର ସଂଗଠନ ସଭାପତି ପଦ ଛାଡ଼ିଛନ୍ତି। ସେ ଛାତ୍ର ରାଷ୍ଟ୍ରୀୟ ଜନତା ଦଳର ସଭାପତି ପଦ ଛାଡ଼ିବା କଥା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।
ସେ ତାଙ୍କ ଟ୍ୱିଟ୍ରେ ପଦ ଛାଡ଼ିବା ବିଷୟରେ ସୂଚନା ଦେବା ସହିତ କାହାର ନାଁ ନନେଇ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ମୋତେ ନିରୀହ ଭାବୁଥିବା ଲୋକେ ନିଜେ ନିରୀହ। ସେମାନେ ମୋତେ ନିରୀହ ଭାବି ଭୁଲ କରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କିଏ କେତେ ପାଣିରେ ଅଛି ତାଙ୍କୁ ଜଣା ଅଛି। ତେବେ ଏହା ତାଙ୍କ ପରିବାରର କେଉଁ ଜଣେ ସଦସ୍ୟ କିମ୍ବା ଦଳର ଅନ୍ୟ କାହାକୁ ଲକ୍ଷ୍ୟ କରି କହିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।
National
ବଡ଼ ଅଭିଯୋଗ ଆଣିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଅଲ୍ଲୁ କହିଲେ- ମୋ ଚରିତ୍ର ସଂହାର କରାଯାଉଛି
ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା।
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।