ସାଇକେଲ୍‌ରୁ ପଡ଼ିଗଲେ ‘ଲାଲୁ’ ନନ୍ଦନ: କହିଲେ ଏମିତି କଥା

Ordigital Desk
  • Published: Friday, 27 July 2018
  • , Updated: 27 July 2018, 10:43 AM IST
<p>ପାଟନା: ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍&zwnj; ପ୍ରତାପ ଯାଦବଙ୍କ ଏକ ଭିଡ଼ିଓ ଓ ଫଟୋ ଏବେ ସୋଶାଲ୍&zwnj; ମିଡିଆରେ ଭାଇରାଲ୍&zwnj; ହେବାରେ ଲାଗିଛି। ଏଥିରେ ସେ ସାଇକେଲ୍&zwnj; ଚଲାଉ ଥିବା ବେଳେ ତଳେ ପଡ଼ିଯାଉଥିବା ଦେଖିବାକୁ ମିଳୁଛି।</p> <p>ପେଟ୍ରୋଲ୍&zwnj; ଓ ଡିଜେଲ୍&zwnj; ଦର ବୃଦ୍ଧି ପ୍ରତିବାଦରେ ଆର୍&zwnj;ଜେଡି ପକ୍ଷରୁ ଗୁରୁବାର ଏକ ସାଇକେଲ୍&zwnj; ଶୋଭାଯାତ୍ରା ବାହାର କରାଯାଇଥିଲା। ଏଥିରେ ତେଜ୍&zwnj; ପ୍ରତାପ ସାମିଲ୍&zwnj; ହୋଇଥିଲେ। ଶୋଭାଯାତ୍ରାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସାଇକେଲ୍&zwnj; ଚଲାଇବା ନେଇ ସଚେତନ କରିବା। ତେବେ ତେଜ୍&zwnj; ପ୍ରତାପ ସାଇକେଲ୍&zwnj; ଚଳାଉଥିବା ବେଳେ ପଡ଼ି ଯାଇଥିଲେ। ତେବେ ଏନେଇ ତାଙ୍କ ପ୍ରତିକ୍ରିୟାରେ ତେଜ୍&zwnj;ପ୍ରତାପ କହିଥିଲେ,&ldquo;ଲୋକେ ଉପରକୁ ଉଠିବାକୁ ତଳେ ପଡ଼ିଥାନ୍ତି।&rdquo;</p> <p>ସୂଚନାଯୋଗ୍ୟ, ତେଜ୍&zwnj; ପ୍ରତାପଙ୍କ ଫଟୋ ଭାଇରାଲ୍&zwnj; ହେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସାଇକେଲ୍&zwnj;କୁ ନେଇ ତାଙ୍କର ଆଉ ଏକ ଫଟୋ ଭାଇରାଲ୍&zwnj; ହୋଇଥିଲା। ତେବେ ସେଥିରେ ସେ ତଳେ ପଡ଼ି ନଥିଲେ। ଏହି ଫଟୋରେ ତାଙ୍କ ପତ୍ନୀଙ୍କ ସହ ସାଇକେଲ୍&zwnj;ରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ସେ ଗାଧୋଉ ଥିବାର ଏକ ଭିଡିଓ ମଧ୍ୟ ସୋଶାଲ୍&zwnj; ମିଡିଆରେ ବହୁତ ଭାଇରାଲ୍&zwnj; ହୋଇଥିଲା।</p>

Related story