ନୂଆଦିଲ୍ଲୀ: ଏଣିକି ଆପଣ ବିମାନରେ ଯାତ୍ରା ବେଳେ ସାଙ୍ଗରେ ଲାପଟପ୍ ନେଇ ପାରିବେ ନାହିଁ। ଖୁବ୍ଶୀଘ୍ର ଏହା ଉପରେ ରୋକ୍ ଲାଗିବ। କାରଣ ଇଲକ୍ଟ୍ରୋନିକ ସାମଗ୍ରୀ ଗୁଡ଼ିକର ଥିବା ବ୍ୟାଟେରି ଅଚାନକକ ବିସ୍ଫୋରଣ ହେଉଥିବା ଖବର ଆସୁଥିବାରୁ ଏଭଳି ପଦକ୍ଷେପ ନେବା ପାଇଁ ଚିନ୍ତା କରାଯାଉଛି। ମୁଖଃତଃ ବିମାନର ସୁରକ୍ଷା ଦୃଷ୍ଟିରୁ ଏହି ଇଲୋଟ୍ରିନିକ୍ ସାମଗ୍ରୀକୁ ବାରଣ କରାଯିବା ନେଇ ବିଚାର କରାଯାଉଛି। ଗତ ସପ୍ତାହରେ ଦିଲ୍ଲୀରୁ ଇଣ୍ଡୋର ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୋବାଲ ବ୍ୟାଟେରି ବିସ୍ଫୋରଣ ହୋଇଥିଲା। ତେବେ ବିମାନରେ ଥିବା
କ୍ର୍ୟୁମେମ୍ବର ଉପସ୍ଥିତ ବୃଦ୍ଧି ଖଟାଇ ଏହି ନିଆଁକୁ ଆୟତ କରିଥିଲେ। ତେଣୁ ମୋବାଇଲ, ଲାପଟପ୍, ଆଇପଡ ଏବଂ କ୍ୟାମେରା ଭଳି ଇଲକ୍ଟ୍ରୋନିକ ସାମଗ୍ରୀ ଗୁଡ଼ିକ ବିମାନର ସୁରକ୍ଷା ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି। ତେବେ ବିମାନର କ୍ର୍ୟୁ ମେମ୍ବରମାନଙ୍କୁ ଏହି ବିପଦକୁ ଏଡ଼ାଇବା ପାଇଁ ତାଲିମ ଦିଆଯାଇଥିଲେ ମଧ୍ୟ ଲାପଟପ୍ ଗୁଡ଼ିକ ଲଗେଜ୍ କିମ୍ବା ବ୍ୟାଗ୍ ଭିତରେ ରହୁଥିବାରୁ ହଠାତ ନିଆଁ ଲାଗିଲେ ଚିହ୍ନଟ କରିବାରେ ଅସୁବିଧା ହେବ।
ତେଣୁ ପ୍ରଥମ ପର୍ଯ୍ୟାୟରେ ଲାପ୍ଟପ୍କୁ ବ୍ୟାନ୍ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ବିମାନ ବନ୍ଦରକୁ ପ୍ରବେଶ ବେଳେ କଡ଼ାକଡ଼ି ଚେକିଂ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଗୁଡ଼ିକ ଏହି ଲାପଟପ୍ ନେବା ଉପରେ କଟକଣା ଲଗାଇଲେଣି। ତେଣୁ ଖୁବ୍ ଶୀଘ୍ର ଭାରତର ଡିଜିସିଏ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ।