ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫କୁ ବର୍ଷେ ହେବ ହଟିଛି। ନିକଟରେ ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଡୋମିକାଇଲ୍ ସାର୍ଟିଫିକେଟ୍ ପାଇଁ ପ୍ରଶାସନ ନିକଟରେ ଅନେକ ସଂଖ୍ୟାରେ ଆବେଦନ ଆସୁଛି। ଏପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିବା ଜଣାପ଼ଡ଼ିଛି। ଯେଉଁମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି ସେମାନଙ୍କର ହିଁ ଗ୍ରହଣ କରାଯାଇଛି।  ତେବେ ଅଢ଼େଇ ଲକ୍ଷରୁ ଅଧିକ ଆବେଦନ ପ୍ରତ୍ୟାଖ୍ୟାନ ହୋଇଥିବା ସୂଚନା ରହିଛି। ଗୃହ ମନ୍ତ୍ରାଳୟ କହିଛି ଯେ ପ୍ରଶାସନ […]

domicile-certificate

domicile-certificate

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 07:58 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫କୁ ବର୍ଷେ ହେବ ହଟିଛି। ନିକଟରେ ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଡୋମିକାଇଲ୍ ସାର୍ଟିଫିକେଟ୍ ପାଇଁ ପ୍ରଶାସନ ନିକଟରେ ଅନେକ ସଂଖ୍ୟାରେ ଆବେଦନ ଆସୁଛି। ଏପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିବା ଜଣାପ଼ଡ଼ିଛି। ଯେଉଁମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି ସେମାନଙ୍କର ହିଁ ଗ୍ରହଣ କରାଯାଇଛି।  ତେବେ ଅଢ଼େଇ ଲକ୍ଷରୁ ଅଧିକ ଆବେଦନ ପ୍ରତ୍ୟାଖ୍ୟାନ ହୋଇଥିବା ସୂଚନା ରହିଛି।

ଗୃହ ମନ୍ତ୍ରାଳୟ କହିଛି ଯେ ପ୍ରଶାସନ ୨୧.୧୪ ଲକ୍ଷ ଆବେଦନ ଗ୍ରହଣ କରିଛି। ସେଥିମଧ୍ୟରୁ ୧୬.୭୯ ଲକ୍ଷ ଲୋକଙ୍କୁ ସାର୍ଟିଫିକେଟ ଦିଆଯାଇଛି। ଏ ସମସ୍ତଙ୍କର ଆବେଦନ ପ୍ରକ୍ରିୟା ଠିକ୍ ଥିବାରୁ ସାର୍ଟିଫେକଟ ଦିଆଯାଇଛି। କଶ୍ମୀର ପଣ୍ଡିତମାନଙ୍କୁ ମଧ୍ୟ ଏହି ସାର୍ଟିଫିକେଟ ଦିଆଯାଉଛି। ୧୯୪୭ ରେ ପିଓଜେକୁରୁ ବିସ୍ଥାପିତ ପରିବାରକୁ ମଧ୍ୟ ସରକାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଡୋମିକାଇଲ୍ ସାର୍ଟିଫିକେଟ୍ ହେଉଛି ଆବାସିକ ସାର୍ଟିଫିକେଟ। ଏହା ତହସିଲଦାରଙ୍କ ଦ୍ୱାରା ଦିଆଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos