ଯୁଦ୍ଧଜାହାଜ ଆଇଏନଏସ୍ କୋଚି ଭାରତୀୟ ନୌସେନାରେ ସାମିଲ

ମୁମ୍ବାଇ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନଏସ୍ କୋଚି ଭାରତୀୟ ନୌସେନାରେ ସାମିଲ ହୋଇଛି। ଆଜି ମୁମ୍ୱାଇସ୍ଥିତ ନୌସେନା ଡକୟାର୍ଡରେ ଏହାର ଜଳାବତରଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର। ଆଇଏନଏସ କୋଚି ହେଉଛି କୋଲକାତା କାଟାଗୋରିର ଦ୍ୱିତୀୟ ଗାଇଡେଡ ଡେଷ୍ଟ୍ରୟର ଯେଉଁଥିରେ ଲାଟେଷ୍ଟ ରାଡାର ସିଷ୍ଟମ ରହିଛି। ଏହି ଯୁଦ୍ଧଜାହାଜ ଶତୃର ମିଜାଇଲକୁ ଚକମା ଦେବାର କ୍ଷମତା ରହିଛି। ଏହାସହ ଏହି ଯୁଦ୍ଧ ଜାହାଜରେ ଅନେକ ଆଧୁନିକ ଯାନ୍ତ୍ରପାତି ସହ ସେନସର ରହିଛି। ଏହା […]

ind-kochi

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 09:55 AM IST

ମୁମ୍ବାଇ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନଏସ୍ କୋଚି ଭାରତୀୟ ନୌସେନାରେ ସାମିଲ ହୋଇଛି। ଆଜି ମୁମ୍ୱାଇସ୍ଥିତ ନୌସେନା ଡକୟାର୍ଡରେ ଏହାର ଜଳାବତରଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର। ଆଇଏନଏସ କୋଚି ହେଉଛି କୋଲକାତା କାଟାଗୋରିର ଦ୍ୱିତୀୟ ଗାଇଡେଡ ଡେଷ୍ଟ୍ରୟର ଯେଉଁଥିରେ ଲାଟେଷ୍ଟ ରାଡାର ସିଷ୍ଟମ ରହିଛି। ଏହି ଯୁଦ୍ଧଜାହାଜ ଶତୃର ମିଜାଇଲକୁ ଚକମା ଦେବାର କ୍ଷମତା ରହିଛି। ଏହାସହ ଏହି ଯୁଦ୍ଧ ଜାହାଜରେ ଅନେକ ଆଧୁନିକ ଯାନ୍ତ୍ରପାତି ସହ ସେନସର ରହିଛି। ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ସବୁଠାରୁ ବଡ ଯୁଦ୍ଧ ଜାହାଜ। ୭୫୦୦ ଓଜନ ବିଶିଷ୍ଟ ଏହି ଯୁଦ୍ଧ ଜାହାଜର ଲମ୍ୱ ୧୬୪ ମିଟର ରହିଥିବାବେଳେ ଏହାର ଚଉଡା ୧୭ ମିଟର ରହିଛି। ଆଇଏନଏସ କୋଚି ନୌସେନାରେ ସାମିଲ ହେବା ପରେ ଭାରତୀୟ ନୌସେନା ଆହୁରି ଶକ୍ତିଶାଳୀ ହୋଇଥିବା କୁହାଯାଇଛି।

Related story