ଅମରନାଥ ଯାତ୍ରୀଙ୍କ ହତ୍ୟାର ବଦଲା ନେଲା ସେନା: ଇସମାଇଲ ପରେ ମାୱିୟା ଓ ଫୁରକାନ ମଲେ

ଶ୍ରୀନଗର: ଅମରନାଥ ଯାତ୍ରୀଙ୍କୁ ଆକ୍ରମଣର ପ୍ରତିଶୋଧ ନେଇଛି ସେନା। ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଇସମାଇଲକୁ ପୂର୍ବରୁ ସେନା ମାରିଥିବା ବେଳେ ଆଜି ଫୁରକାନ ଓ ମାୱିୟାକୁ ବି ମରିଛି। ଦକ୍ଷିଣ କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଫୁରକାନ ଓ ମାୱିୟା ଅଛି। ଫୁରକାନ ନିକଟରେ ଲଶ୍କରର ନୂଆ କମାଣ୍ଡର ହୋଇ ଅବୁ ଇସମାଇଲର ସ୍ଥାନ ନେଇଥିଲା। ଏହି ସଂଘର୍ଷ ବେଳେ ସେନା […]

amarnath

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 11:51 AM IST

ଶ୍ରୀନଗର: ଅମରନାଥ ଯାତ୍ରୀଙ୍କୁ ଆକ୍ରମଣର ପ୍ରତିଶୋଧ ନେଇଛି ସେନା। ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଇସମାଇଲକୁ ପୂର୍ବରୁ ସେନା ମାରିଥିବା ବେଳେ ଆଜି ଫୁରକାନ ଓ ମାୱିୟାକୁ ବି ମରିଛି। ଦକ୍ଷିଣ କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଫୁରକାନ ଓ ମାୱିୟା ଅଛି। ଫୁରକାନ ନିକଟରେ ଲଶ୍କରର ନୂଆ କମାଣ୍ଡର ହୋଇ ଅବୁ ଇସମାଇଲର ସ୍ଥାନ ନେଇଥିଲା।

ଏହି ସଂଘର୍ଷ ବେଳେ ସେନା ଜଣେ ଆତଙ୍କବାଦୀକୁ ଜୀବିତ ଧରିବାରେ ସକ୍ଷମ ହୋଇଛି।

ଦକ୍ଷିଣ କାଶ୍ମୀରର ବହାଦୁରଗଡ଼-ବୋନିଗମରେ ସେନା ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ। ମୃତ ଆତଙ୍କୀମାନେ ସୋମବାର ରୋଡ ଓପନିଙ୍ଗ ପାର୍ଟି ପରେ ଆକ୍ରମଣ କରିଥିଲେ। ପରେ ଏମାନେ ଏକ ଘରେ ଲୁଚିଥିବା ସେନା ସୂଚନା ପାଇଥିଲା। ସୂଚନା ମିଳିବା ମାତ୍ରେ ଯବାନମାନେ ଉକ୍ତ ଘରକୁ ଚାରିଆଡୁ ଘେରି ଯାଇ ଉଡାଇ ଦେଇଥିଲେ।

ଜମ୍ମୁ-କାଶ୍ମୀର ପୋଲିସ୍‌ ମୁଖ୍ୟ କହିଛନ୍ତି- “ଅବୁ ଇସମାଇଲ ପରେ ଏବେ ଅବୁ ମାୱିୟା, ଫୁରକାନ ଓ ୟାୱରକୁ ସେନା ମାରିବାକୁ ସକ୍ଷମ ହୋଇଛି। ଏହାସହ ଅମରନାଥ ଯାତ୍ରୀଙ୍କ ପରେ ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଆତଙ୍କୀ ଶେଷ ହୋଇଗଲେ।

Related story