ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅବୁ କାସିମ ମୃତ

ନୂଆଦିଲ୍ଲୀ: ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟରେ ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅବୁ କାସିମର ମୃତ୍ୟୁ ଘଟିଛି। ମୃତ କାସିମ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଧମପୁର ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା କାସିମ। ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ପାକିସ୍ତାନର ବହାବଳପୁର ବାସିନ୍ଦା କାସିମ ଓ ତାର ଜଣେ ସହଯୋଗୀ କୁଲଗାମ ସ୍ଥିତ ଖାନ୍ଦିପୁରା ଗାଁର ଏକ ଘରେ ଲୁଚି ଥିବା ସୂଚନା ମିଳିଥିଲା। ରାତି ପ୍ରାୟ ୨ଟାରେ ସେନା, ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଗାଁକୁ […]

jamu

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 08:34 AM IST

ନୂଆଦିଲ୍ଲୀ: ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟରେ ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅବୁ କାସିମର ମୃତ୍ୟୁ ଘଟିଛି। ମୃତ କାସିମ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଧମପୁର ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା କାସିମ।
ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ପାକିସ୍ତାନର ବହାବଳପୁର ବାସିନ୍ଦା କାସିମ ଓ ତାର ଜଣେ ସହଯୋଗୀ କୁଲଗାମ ସ୍ଥିତ ଖାନ୍ଦିପୁରା ଗାଁର ଏକ ଘରେ ଲୁଚି ଥିବା ସୂଚନା ମିଳିଥିଲା। ରାତି ପ୍ରାୟ ୨ଟାରେ ସେନା, ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଗାଁକୁ ଘେରାଉ କରି ତଲାସି ଆରମ୍ଭ କରିଥିଲେ। କାସିମ ଓ ତାଙ୍କ ସହଯୋଗୀ ଖସିଯିବାକୁ ଚେଷ୍ଟା କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା। ଏଥିରେ କାସିମର ମୃତ୍ୟୁ ଘଟିଥିଲା।

Related story