‘ଗତ ୨ ବର୍ଷରେ ବହୁଗୁଣିତ ହୋଇଛି ପ୍ରତିରକ୍ଷା ରପ୍ତାନୀ’

ଲକ୍ଷ୍ନୌ: ଗତ ୨ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ବହୁଗୁଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୁଧବାର ଡିଫଏକ୍ସପୋ ନାମକ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ୨୦୧୪ ମସିହାରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୨୦୦୦ କୋଟି ଟଙ୍କା ଥିଲା। ଗତ ୨ ବର୍ଷରେ ଭାରତ ୧୭ ହଜାର କୋଟି ଟଙ୍କାର ରପ୍ତାନୀ କରିଛି। ଆଗାମୀ ୫ ବର୍ଷରେ ୩୫ ହଜାର କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, […]

Expo

Subrat Kumar Nayak
  • Published: Wednesday, 05 February 2020
  • , Updated: 05 February 2020, 04:48 PM IST

ଲକ୍ଷ୍ନୌ: ଗତ ୨ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ବହୁଗୁଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୁଧବାର ଡିଫଏକ୍ସପୋ ନାମକ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ୨୦୧୪ ମସିହାରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୨୦୦୦ କୋଟି ଟଙ୍କା ଥିଲା। ଗତ ୨ ବର୍ଷରେ ଭାରତ ୧୭ ହଜାର କୋଟି ଟଙ୍କାର ରପ୍ତାନୀ କରିଛି। ଆଗାମୀ ୫ ବର୍ଷରେ ୩୫ ହଜାର କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ପାଇଁ ଲକ୍ଷ୍ନୌଠାରେ ଏକ ପ୍ରଦର୍ଶନୀ ଆୟୋଜିତ ହେଉଛି।


ଭାରତ ଲଗାତାର ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ଏବଂ ରପ୍ତାନୀର ପରିମାଣ ବୃଦ୍ଧି କରିବାରେ ଲାଗିଛି। ଏହାକୁ ନେଇ ମୋଦି ଆଜି କହିଥିଲେ, “ଲାଇସେନ୍ସିଂକୁ କୋହଳ କରାଯାଇଘରୋଇ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି କରାଯିବାର ପ୍ରୟାସ କରାଯାଉଛି। ଗତ କିଛି ଦଶନ୍ଧିରେ ନୀତିଗତ ସମସ୍ୟା ପାଇଁ ଭାରତ ପ୍ରତିରକ୍ଷା ଆମଦାନୀରେ ଶ୍ରେଷ୍ଠ ହୋଇଥିଲା। ୨୦୧୪ ଯାଏ ମାତ୍ର ୨୧୭ ପ୍ରତିରକ୍ଷା ଲାଇସେନ୍ସ ଦିଆଯାଇଥିଲା। ଗତ ୫ ବର୍ଷରେ ଏହି ସଂଖ୍ୟା ୪୬୦କୁ ଛୁଇଁଛି। ଆମେ ଆର୍ଟିଏରି ଗନ୍‌ ବା ତୋପ, ଏୟାରକ୍ରାଫ୍ଟ କ୍ୟାରିଅର, ସବମରିନ୍‌, ହାଲୁକା ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଆଦି ଭାରତରେ ନିର୍ମାଣ କରୁଛୁ।”

ଟେକ୍ନୋଲୋଜିର ଅପବ୍ୟବହାର, ଆତଙ୍କବାଦ ଏବଂ ସାଇବର ଆତଙ୍କ ବର୍ତ୍ତମାନ ବିଶ୍ୱ ପାଇଁ ବଡ଼ ଆହ୍ୱାନ। ବିଶ୍ୱର ବିଭିନ୍ନ ରାଷ୍ଟ୍ର ନୂଆ ଟେକ୍ନୋଲୋଜି ଆପଣାଇବା ଆରମ୍ଭ କରିଛନ୍ତି। ଭାରତ ମଧ୍ୟ ପଛରେ ପଡ଼ିନାହିଁ, ଭାରତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।

ମୋଦି କହିଛନ୍ତି, ଆମେ ଆଗାମୀ ଦିନରେ ବାହାରେ ମଧ୍ୟ ନିଜ ଉପସ୍ଥିତି ଜାହିର କରିବୁ। ଇସ୍ରୋ ଦ୍ୱାରା ବିକଶିତ ବାହାର କ୍ଷେତ୍ରରେ ଡିଆରଡିଓ ସୁରକ୍ଷା ମଜଭୁତ କରୁଛି। ଏହା କେବଳ ଆମ ଦେଶ ନୁହେଁ, ପଡ଼ୋଶୀ ରାଷ୍ଟ୍ରଙ୍କୁ ମଧ୍ୟ ସୁରକ୍ଷିତ ରଖିବ। ସେ ବିଦେଶୀ ନିବେଶକାରୀଙ୍କୁ ଆହ୍ୱାନ କରିଛନ୍ତି, ସେମାନେ ଏଠାକୁ ଆସି ନିବେଶ କରନ୍ତୁ। ‘ମେକ୍‌ ଇନ୍‌ ଇଣ୍ଡିଆ, ଫର ଇଣ୍ଡିଆ, ଫର ୱାର୍ଲ୍ଡ’ ଭାରତର ମନ୍ତ୍ର ବୋଲି ସେ କହିଛନ୍ତି।

Related story