ମାର୍ଶଲ ଅର୍ଜନ ସିଂହଙ୍କ ଶେଷକୃତ୍ୟ ସଂପନ୍ନ

ନୂଆଦିଲ୍ଲୀ: ୧୯୬୫ ଭାରତ-ପାକ୍ ଯୁଦ୍ଧର ହିରୋ ତଥା ଭାରତୀୟ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂହଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରୁ ଅର୍ଜନ ସିଂହଙ୍କ ପାର୍ଥିବଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବରାର ସ୍କ୍ୱାୟାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଥିଲା। ତାଙ୍କୁ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ଏହା ବ୍ୟତୀତ ତାଙ୍କୁ ପ୍ଲାଇ ପାଷ୍ଟ ମଧ୍ୟ ଦିଆଯାଇଥିଲା। ଅର୍ଜନ ସିଂହଙ୍କ ସମ୍ମାନ ଜଣାଇ ନୂଆ ଦିଲ୍ଲୀର ସମସ୍ତ ସରକାରୀ କୋଠାରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 12:32 PM IST

ନୂଆଦିଲ୍ଲୀ: ୧୯୬୫ ଭାରତ-ପାକ୍ ଯୁଦ୍ଧର ହିରୋ ତଥା ଭାରତୀୟ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂହଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରୁ ଅର୍ଜନ ସିଂହଙ୍କ ପାର୍ଥିବଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବରାର ସ୍କ୍ୱାୟାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଥିଲା। ତାଙ୍କୁ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ଏହା ବ୍ୟତୀତ ତାଙ୍କୁ ପ୍ଲାଇ ପାଷ୍ଟ ମଧ୍ୟ ଦିଆଯାଇଥିଲା। ଅର୍ଜନ ସିଂହଙ୍କ ସମ୍ମାନ ଜଣାଇ ନୂଆ ଦିଲ୍ଲୀର ସମସ୍ତ ସରକାରୀ କୋଠାରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି।

ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ପ୍ରମୁଖ ବରାର ସ୍କ୍ୱାୟାର ଆସି ମାର୍ଶଲ୍ ଅର୍ଜନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେନାର ତିନି ପ୍ରମୁଖ ମଧ୍ୟ ଅର୍ଜନ ସିଂହଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।

ଶନିବାର ସନ୍ଧ୍ୟାରେ ୯୮ ବର୍ଷରେ ଦିଲ୍ଲୀର ସେନା ହସ୍‌ପିଟାଲ୍‌ରେ ଅର୍ଜନ ସିଂହଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ- ମାର୍ଶଲ୍ ଅର୍ଜନଙ୍କ ଶେଷକୃତ୍ୟ କାଲି: ଝୁରୁଛି ସାରା ଦେଶ, ୬୫ରେ ପାକ୍‌କୁ ଧୂଳି ଚଟାଇଥିଲେ

Related story