ବେରୁତ: ଲେବାନୋନ ପ୍ରଧାନମନ୍ତ୍ରୀଙ୍କୁ ଘାରିଛି ହତ୍ୟା ଡର। ଏଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସାଦ ହରିରି ସାଉଦୀ ଆରବ ଯାତ୍ରାରେ ଥିବା ବେଳେ ଶନିବାର ଦିନ ରିୟାଦରେ ଗଣମାଧ୍ୟମରେ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ ଇରାନକୁ ଟାର୍ଗେଟ କରିଥିଲେ। ଆରବ ମାମଲାରେ ଇରାନ କରୁଥିବା ହସ୍ତକ୍ଷେପକୁ ସେ ସମାଲୋଚନା କରିଥିଲେ। ଏହାସହ ଆରବ କ୍ଷେତ୍ରରେ ଇରାନର ହାତ କାଟି ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି,“ଦେଶରେ ୨୦୦୫ ମସିହା ପରି ସ୍ଥିତି। ସେତେବେଳେ ବାପା ତଥା ଦବଙ୍ଗତ ପ୍ରଧାନମନ୍ତ୍ରୀ ରଫିକ ହରିରିଙ୍କ ସମ୍ମୁଖରେ ଯେଉଁ ସ୍ଥିତି ଥିଲା, ଏବେ ସେହି ଅବସ୍ଥା। ମୋତେ ଲାଗୁଛି, ମୋ ଜୀବନ ପ୍ରତି ବିପଦ ରହିଛି। ଲେବନାନ ଏକ ମହାନ ଦେଶ। ମୋ ସହ କାମ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି।”