ଲିବିୟାର ଆତ୍ମଘାତୀ ବିସ୍ଫୋରଣ: ୫ମୃତ,୧୫ ଆହତ

ବେଂଘାଜି: ପୂର୍ବ ଲିବିୟାନର ଡେରନା ସହରରେ ଶନିବାର  ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ୧୫ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଜାତୀୟ ନ୍ୟୁଜ୍ ଏଜେନ୍ସୀ ଲାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ସହରକୁ ନିଜ ନିୟନ୍ତ୍ରଣରେ ରଖିଥିବା ସ୍ଥାନୀୟ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ପରେ ଏହି ବିସ୍ଫୋରଣ ହୋଇଥିଲା। ୨୦୧୧ରେ […]

boma

Rakesh Mallick
  • Published: Saturday, 04 July 2015
  • , Updated: 04 May 2017, 03:45 PM IST

ବେଂଘାଜି: ପୂର୍ବ ଲିବିୟାନର ଡେରନା ସହରରେ ଶନିବାର  ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ୧୫ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଜାତୀୟ ନ୍ୟୁଜ୍ ଏଜେନ୍ସୀ ଲାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ସହରକୁ ନିଜ ନିୟନ୍ତ୍ରଣରେ ରଖିଥିବା ସ୍ଥାନୀୟ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ପରେ ଏହି ବିସ୍ଫୋରଣ ହୋଇଥିଲା।

୨୦୧୧ରେ ଦୀର୍ଘଦିନର ଏକଚ୍ଛତ୍ରବାଦୀ ଶାସକ ମୋଆମାର କଧାଫିଙ୍କୁ ଆନ୍ଦୋଳନ ମାଧ୍ୟମରେ ଗାଦିଚ୍ୟୁତ କରାଯିବା ପରଠାରୁ ଲିବିୟା ଅଶାନ୍ତ ହୋଇପଡ଼ିଛି। ମୋଆମାରଙ୍କ ସମର୍ଥକମାନେ ବର୍ତ୍ତମାନର ସରକାର ଓ ସଂସଦର ବଡ଼ ଶତ୍ରୁ ସାଜିଥିବା ବେଳେ ଆତଙ୍କବାଦୀମାନେ ମଧ୍ୟ ଲିବିୟାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି। ଏଠାରେ ଥିବା ତୈଳ ଉତ୍ସଗୁଡ଼ିକୁ ମଧ୍ୟ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି ଆତଙ୍କବାଦୀ।

Related story