ପ୍ରତିବର୍ଷ ମଦ ନେଉଛି ୨୮ ଲକ୍ଷ ଜୀବନ

ୱାଶିଂଟନ୍‌: ମଦ୍ୟପାନ ଶରୀର ପାଇଁ ହାନିକାରକ। ମଦ୍ୟପାନ କାରଣରୁ ବହୁ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତଥାପି ଲୋକେ ମଦ ପିଇବା ଛାଡ଼ି ପାରୁନାହାନ୍ତି। ମଦ ନପିଇବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ, ଏହାକୁ ବନ୍ଦ କରାଯାଇ ପାରୁନାହିଁ। ତେବେ ମଦ ପ୍ରତିବର୍ଷ ବିଶ୍ୱରେ କେତେ ଜୀବନ ନେଉଛି ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ମଦ ପିଇବା କାରଣରୁ କ୍ୟାନ୍‌ସର୍‌, ହୃଦ ଜନିତ ବେମାରୀ ଓ ସଡ଼କ ଦୁର୍ଘଟଣାରେ ୨୮ ଲକ୍ଷ […]

alcohol

Sampad Mahapatra
  • Published: Sunday, 26 August 2018
  • , Updated: 26 August 2018, 11:52 AM IST

ୱାଶିଂଟନ୍‌: ମଦ୍ୟପାନ ଶରୀର ପାଇଁ ହାନିକାରକ। ମଦ୍ୟପାନ କାରଣରୁ ବହୁ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତଥାପି ଲୋକେ ମଦ ପିଇବା ଛାଡ଼ି ପାରୁନାହାନ୍ତି।

ମଦ ନପିଇବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ, ଏହାକୁ ବନ୍ଦ କରାଯାଇ ପାରୁନାହିଁ। ତେବେ ମଦ ପ୍ରତିବର୍ଷ ବିଶ୍ୱରେ କେତେ ଜୀବନ ନେଉଛି ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।

ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ମଦ ପିଇବା କାରଣରୁ କ୍ୟାନ୍‌ସର୍‌, ହୃଦ ଜନିତ ବେମାରୀ ଓ ସଡ଼କ ଦୁର୍ଘଟଣାରେ ୨୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି।

ଲାନ୍‌ସେଟ୍‌ ମେଡିକାଲ ଜର୍ନାଲରେ ଏହାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, କିଛି ମାତ୍ରାରେ ଆଲ୍‌କୋହଲ ସେବନ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଯେଉଁ କୁହାଯାଉଛି, ତାହାର କିଛି ପ୍ରମାଣ ମିଳିନାହିଁ।

ଏହାସହ କୌଣସି ପ୍ରକାରର ଆଲ୍‌କୋହଲ୍‌ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବୋଲି ମଧ୍ୟ ଏଥିରେ ମତ ଦିଆଯାଇଛି।

Related story